ରାଜଧାନୀ ଏକ୍ସପ୍ରେସ ଓଡିଶାର ସଂସ୍କୃତି, କଳା ଏବଂ ଐତିହ୍ୟ କୁ ପ୍ରଦର୍ଶିତ କରିବ

0
196

 

ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ବହିର୍ଭାଗରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶିତ କରାଯିବ I ଏଥିପାଇଁ ପୂର୍ବତଟ ରେଳପଥ ଏବଂ ନାଲକୋ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଅଛି I

ରାଜଧାନୀ ଏକ୍ସପ୍ରେସ ଟ୍ରେନର ବହିର୍ଭାଗରେ ଉଚ୍ଚ ଗୁଣବତ୍ତା ଭିନIଇଲ ଲଗାଇବାକୁ ନାଲକୋ ପକ୍ଷରୁ ପ୍ରାୟୋଜିତ କରାଯିବ I ପୂର୍ବତଟ ରେଳପଥ ରେ ରାଜଧାନୀ ଏକ୍ସପ୍ରେସ ପାଇଁ ସମୁଦାୟ ୩ ସେଟ ରେକ ଅଛି I ରାଜଧାନୀ ଏକ୍ସପ୍ରେସ କୋଚ ଗୁଡିକ ଅଧିକ ସୁନ୍ଦର ଦେଖାଯିବ ପାଇଁ ଡିଜାଇନ ଗୁଡିକ ନିପୁଣତାର ସହ ତିଆରି କରାଯାଇଅଛି I ଡିଜାଇନ ଗୁଡିକ ରାଜଧାନୀ ଟ୍ରେନ ଗୁଡିକର ଶୋଭା ବୃଦ୍ଧି କରିବ I

ଓଡିଶାର ନୃତ୍ୟ ଶୈଳୀ, ପ୍ରତ୍ନତତ୍ୱ ପ୍ରାଚୀନ କୀର୍ତ୍ତି ଏବଂ ଜଙ୍ଗଲ ପରିବେଶ ଓ ଜୀବଜନ୍ତୁ ଗୁଡିକୁ ନେଇ ତିନିଟି ବିଷୟ ବସ୍ତୁ ଉପରେ ଡିଜାଇନ ଗୁଡିକ ତିଆରି ହୋଇଛି I ପୂର୍ବତଟ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅଜୟ ବେହେରା କହିଛନ୍ତି ଯେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହିତ ପର୍ଯ୍ୟଟନର ସମ୍ଭାବ୍ୟ ବିକାଶକୁ ପ୍ରୋତ୍ସାହନ କରିବା ଦିଗରେ ଏହା ପ୍ରମୁଖ ଭୂମିକା ନେବ I ଏହି ଡିଜାଇନ ଗୁଡିକ ଟ୍ରେନ ଝରକାଗ୍ଲାସ ଗୁଡିକର ମଧ୍ୟବର୍ତ୍ତୀ ସ୍ଥାନମାନଙ୍କରେ ଲଗାଯିବା ସହିତ ଏହାର ଉପରେ ଓ ତଳେ ଦୁଇଟି ଷ୍ଟ୍ରିପରେ ବିଭିନ୍ନ ଛବି ସହ ପାରମ୍ପରିକ ପଟ୍ଟଚିତ୍ରର ଛବି ସ୍ଥାନ ପାଇବ I

ରାଜଧାନୀ ଏକ୍ସପ୍ରେର ସମୁଦାୟ ୩ଟି ରେକ ଅଛି I ପ୍ରତ୍ୟକଟି ରେକରେ ପ୍ରାୟ ୧୫ଟି କୋଚ ରହିଛି I ପ୍ରତିଟି ରେକ ପାଇଁ ଏକ କୋଟି ବାବଦରେ ନାଲକୋ ୩ଟି କୋଚ ପାଇଁ ସମୁଦାୟ ୩ କୋଟି ଟଙ୍କା ବିଜ୍ଞାପନ ବାବଦରେ ପୂର୍ବତଟ ରେଳପଥ କୁ ଦେବ I ଏହି କୋଚ ଗୁଡିକରେ ନାଲକୋର ଡିଜାଇନ ଓ ଲୋଗୋ ମଧ୍ୟ ସ୍ଥାନ ପାଇବ I ଏହି କାର୍ଯ୍ୟ ପାଇଁ ନାମୀ ସଂସ୍ଥା କାର୍ଯ୍ୟରେ ଲାଗିଛନ୍ତି I

ପ୍ରାୟ ଏକମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ ହେବ I ରାଜିନାମା ସ୍ୱାକ୍ଷରିତ ହେବ ସମୟରେ ନାଲକୋର ଅଧ୍ୟକ୍ଷ ଡ଼ଃ. ତପନ କୁମାର ଚାନ୍ଦ ଉଭୟ ପୂର୍ବତଟ ରେଳପଥ ଏବଂ ନାଲକୋର ବରିଷ୍ଠ ଅଧିକାରୀମାନଙ୍କ ସହିତ ଉପସ୍ଥିତ ଥିଲେ I ବହୁ ମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟପାଇଁ ସ୍ୱାଗତ କରିବା ସହିତ ଶୁଭେଚ୍ଛା ପ୍ରଦାନ କରିଛନ୍ତି I

ଚଉକରିନାମାରେ ସ୍ଵାକ୍ଷର କରିଥିବା ଅଧିକାରୀ :

01. ଶ୍ରୀ ପି. କେ. ସାମଲ, ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ, ପୂର୍ବତଟ ରେଳପଥ I
02. ଶ୍ରୀ ଲଲାଟେନ୍ଦୁ ଦାସ, ଉପ ମହାପ୍ରବନ୍ଧକ, ନାଲକୋ I

ଉପସ୍ଥିତ ଥିବା ଅଧିକାରୀ ମାନେ :

ପୂର୍ବତଟ ରେଳପଥ : ଶ୍ରୀ ଏମ.ଏଲ.ଆଶିଷ ରାଓ, ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ (ପାସେଞ୍ଜର ମାର୍କେଟିଙ୍ଗ); ଶ୍ରୀ ଜେ.ଏଲ.ଜେନା, ଉପମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ (ପାସେଞ୍ଜର ସର୍ଭିସ) ଏବଂ ଶ୍ରୀ ଏସ. ଆଚାର୍ଯ୍ୟ, ବରିଷ୍ଠ କୋଚିଂ ଡିପୋ ଅଧିକାରୀ, ଭୁବନେଶ୍ୱର I

ନାଲକୋ : ଶ୍ରୀ ଭି.ବାଲଶୁଭ୍ରମଣ୍ୟମ, ନିର୍ଦେଶକ (ପ୍ରଡକ୍ସନ); ଶ୍ରୀ ବସନ୍ତ କୁମାର ଠାକୁର, ନିର୍ଦେଶକ (ଏଚଆର); ଶ୍ରୀ ସଂଜୀବ କୁମାର ରାୟ, ନିର୍ଦେଶକ (ପି ଆଣ୍ଡ ଟି); ଶ୍ରୀ ପ୍ରଦୀପ କୁମାର ମିଶ୍ର, ନିର୍ଦେଶକ (ବାଣିଜ୍ୟ); ଶ୍ରୀ ସୋମନାଥ ହାଁସଦା, ମୁଖ୍ୟ ସତର୍କତା ଅଧିକାରୀ I

LEAVE A REPLY

Please enter your comment!
Please enter your name here