ହଷ୍ଟେଲରୁ ଛାତ୍ରୀ ନିଖୋଜ, ଥାନାରେ ଏତଲା ଦେଲେ ବାପା

0
176

ପାରଳାଖେମୁଣ୍ଡି , ୨୬/୯–ବାଦ୍ୟାଳୟ ଛାତ୍ରୀ ନିବାସରୁ ସୋମବାର ଦିନ ଝିଅ ନିଖୋଜ ହୋଇଥିବା ନେଇ ବାପା ରାୟଗଡ ଥାନାରେ ଗତ କାଲି ଅଭିଯୋଗ କରିଛନ୍ତି। ଘଟଣାଟି ଗଜପତି ଜିଲ୍ଲା ରାୟଗଡ ବ୍ଲକର ଏସ୍ ଏସ୍ ଡି ହାଇସ୍କୁଲରେ ଘଟିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ୬୫/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଏସଆଇ ଚନ୍ଦ୍ରକାନ୍ତ ପ୍ରଧାନ କହିଛନ୍ତି। ସୂଚନା ଅନୁସାରେ ରାୟଗଡ ଏସ୍ ଏସ୍ ଡି ହାଇସ୍କୁଲ ହଷ୍ଟେଲରେ ରହି ଛାତ୍ରୀ ଜଣକ ୧୦ମ ଶ୍ରେଣୀରେ ପଢୁଛନ୍ତି ହେଲେ ଚଳିତ ମାସ ୨୩ ତାରିଖ ଦିନ ଉକ୍ତ ଛାତ୍ରୀଙ୍କ ବାପା ବାଦ୍ୟାଳୟରେ ପହଞ୍ଚି ଝିଅ ସହ ଦେଖା କରିବାକୁ ଚାହୁଁଥିଲେ ହେଲେ ଝିଅ ସ୍କୁଲରେ ନାହିଁ ସେ କେଉଁଆଡେ ଚାଲିଯାଇଥିବା ନେଇ ପ୍ରଧାନଶିକ୍ଷକ ଜଣାଇଥିଲେ। ଏହା ସହ ଘଟଣା କାହାକୁ ଜଣାଇବା ପାଇଁ ପ୍ରଧାନଶିକ୍ଷକ ତାଙ୍କ ବାପାଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଏଭଳି ହେଲେ ଝିଅର ସମ୍ମାନ ଯିବ ବୋଲି କହିଥିଲେ। ତେବେ ହଷ୍ଟେଲ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ଛାତ୍ରୀ ଜଣକ ଶ୍ରୀକାକୁଲମରେ ଅଛନ୍ତି, ତାଙ୍କୁ ନିଜ ଉଦ୍ୟମରେ ଆଣନ୍ତୁ ବୋଲି କହିଥିଲେ। ଏହା ଶୁଣି ସେ ବାଦ୍ୟୟାଳରୁ ଫେରି ଯାଇଥିବା ବେଳେ ବୁଧବାର ଝିଅ ନିଖୋଜ ହୋଇଥିବା ନେଇ ବାପା ରାୟଗଡ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଏସଆଇ ଚନ୍ଦ୍ର କାନ୍ତ ପ୍ରଧାନ କହିଛନ୍ତି। ଏ ନେଇ ସ୍କୁଲର ପ୍ରଧାନଶିକ୍ଷକ ପୂଣ୍ଣଚଦ୍ର ମାଉଡିଙ୍କ ସହ ଯୋଗାଯୋଗ କରିବାରୁ ଚଳିତ ମାସ ୨୨ ତାରିଖ ଜଣେ ମହିଳା ସ୍କୁଲରେ ପହଞ୍ଚି ସମ୍ପୃକ୍ତ ଛାତ୍ରୀଙ୍କ ମାଆ ଗୁରୁତର ଆହତ ହୋଇଛନ୍ତି ତେଣୁ ତାଙ୍କୁ ସାଙ୍ଗରେ ନେଇ ଘରକୁ ଯିବା ପାଇଁ କହଥିଲେ। ସେ ମୋର ବଡ ଭଉଣୀ ବୋଲି ଛାତ୍ରୀ ଜଣକ ମଧ୍ୟ ପରିଚିତ ଦେଇଥିଲେ। ପରେ ଛାତ୍ରୀ ଜଣକ ଲେଖା ଲେଖି କରି ସମ୍ପୃକ୍ତ ମହିଳାଙ୍କ ସହ ଯାଇଥିଲେ। ଏହା ପରେ ବାପା ଝିଅକୁ ଦେଖା କରିବା ପାଇଁ ଆସିଥିବା ବେଳେ ସେ ଏନେଇ ଜାଣିଥାଲେ। ଏହାରି ଭିତରେ ସମ୍ପୃକ୍ତ ଛାତ୍ରୀ ମାନଙ୍କୁ ପଲିସି ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଥିବା ଜଣା ପଡ଼ିଛି। ତେଣୁ ଏଭଳି ଅଭିଯୋଗର କୈାଣସି ସତ୍ୟତା ନାହିଁ ବୋଲି କହିଥିଲେ। ସେ ଆସିବା ପରେ ଏହି ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here