ଆନ୍ତର୍ଜାତିୟ ବରିଷ୍ଠ ନାଗରିକ ଦିବସ ପାଳିତ

0
173

ବ୍ରହ୍ମପୁର ,୦୧/୧୦–ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିୟ ବରିଷ୍ଠ ନାଗରିକ ଦିବସ ୨୦୧୯, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପେଖ୍ୟାଗୃହ ବ୍ରହ୍ମପୁର ଠାରେ ପାଳନ କରାଯାଇଛି l
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲlଙ୍ଗେ ଓ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ଡଃ ପି ସି ସାହୁ, ଡଃ ଏନ୍ ସି ପାଢି, CDMO ବିଜୟ କୁମାର ପାଣିଗ୍ରାହୀ ଗଞ୍ଜାମ, ଡଃ କେ କେ ପାଣିଗ୍ରାହୀ, ଡଃ ସୁନିଲକୋଟା, ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସଭାପତି ଶ୍ରୀଯୁକ୍ତ ରାସବିହାରି ଦାସ, Dsso/ Ssso କଲ୍ୟାଣି ଦାସ, ଛତ୍ରପୁର, ମଞ୍ଚାସିନ ଥିଲେ । ଓ ଫୋରମର ସଂପାଦକ ଶ୍ରୀ ସିମାଞ୍ଚଳ ପ୍ରଶାଦ ବିଷୋୟୀ, ସୂର୍ଯ୍ୟ କାନ୍ତ ପାତ୍ର,ଭିଷ୍ମାଚାର୍ଯ୍ୟ ଚୌଧୁରୀ, ପ୍ରଶାନ୍ତ କୁମାର ମହାପାତ୍ର, ଭାସ୍କର ବେହେରା, ପୂର୍ଣଚନ୍ଦ୍ର ମହିରଣା, ବାସୁଦେବ ଲିମା, ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ । ଡକ୍ଟର ମାନେ ବରିଷ୍ଠ ନାଗରିକଙ୍କ ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୃପାସିନ୍ଧୁ ପଣ୍ଡା,ଧିରେନ୍ ଲାଲ୍ ଚୌହାନ,ସୌମିକ ସାହୁ,ପ୍ରଭାକର ସାହୁ, ନବୀନ ବେହେରା,ରବି ମହାରଣା, ବଂଶିଧର ପାଳ, ତ୍ରିନାଥ ମହାପାତ୍ରଙ୍କ ସମେତ ବରିଷ୍ଠ ନାଗରିକ ମଞ୍ଚ ଜିଲ୍ଲାର ବହୁ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here