ପୃଥକ ଜୁଆଆଡ୍ଡାରେ ପୋଲିସ ଚଢ଼ଉ :୧୬ ଗିରଫ,୨୩,୪୦୦ ଟଙ୍କା ଜବତ

0
194

 

କୁକୁଡାଖଣ୍ଡି, ୦୯/୧୦: ସଦର ଥାନା ପୋଲିସ ପକ୍ଷରୁ ରାତ୍ରି କାଳୀନ ପେଟ୍ରୋଲିଂ ସମୟରେ ହୁଗୁଳାପଟା, ବୋରିଗାଁ ଓ ବାଲିପଡା ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢ଼ଉ କରାଯାଇ ୧୬ ଜଣ ଜୁଆଡିଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି lପୋଲିସ ସେମାନଙ୍କ ନିକଟରୁ ୩ଟି ତାସ କାଟା ସହ ନଗଦ ୨୩ ହଜାର ୪୦୦ ଟଙ୍କା ଜବତ କରିଥିବା ନେଇ ସଦର ଥାନା ଏସଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି lପୋଲିସ ପ୍ରଥମେ ହୁଗୁଳାପଟା ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୪ ଜଣ ଜୁଆଡିଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ସେମାନେ ହେଲେ ହୁଗୁଳାପଟା ଗ୍ରାମର ସୁବ୍ରତ କୁମାର ସ୍ୱାଇଁ(୨୯),ବରୁଣ ସ୍ବାଇଁ(୨୨),ଜିତୁ ବରାଡ଼(୨୨),ଅଜୟ ସ୍ବାଇଁ (୧୯)ବୋଲି ଜାଣିବlକୁ ମିଳିଛି l ସେମାନଙ୍କ ନିକଟରୁ ଏକ ତାସ କାଟା ସହ ୬ ହଜାର ୧୦ ଟଙ୍କା ଜବତ କରିଛି ପୋଲିସ lସେମାନଙ୍କ ବିରୋଧରେ ପୋଲିସ ପକ୍ଷରୁ ଥାନା କେସ ନଂ-୨୬୫/୧୯ ଅନୁସାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି l ସେହିପରି ବୋରିଗାଁର ମୁଖ୍ୟ ରାସ୍ତାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଏକ ତାସ କାଟା ସହ ନଗଦ ୭ ହଜାର ୭୫୦ ଟଙ୍କା ଜବତ କରିଛି l ସେମାନେ ହେଲେ ବୋରିଗାଁର ସନ୍ତୋଷ ସାହୁ(୪୨),ମିଟୁ ସାହୁ(୩୦),ରବିନ୍ଦ୍ର ସାହୁ(୩୮),ଶିଶିର ସାହୁ(୨୮) ଏବଂ ତାରିଣୀ ସାହୁ (୨୮)ଙ୍କୁ ଗିରଫ କରାଯାଇ ଥାନା କେସ ନଂ ୨୬୬/୧୯ ଅନୁସାରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି l ସେହିପରି ବାଲିପଡା ଗ୍ରାମର ଆଡୁଆ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସଦର ପୋଲିସ ରାତ୍ର ସାଢ଼େ ଗୋଟାଏ ବେଳେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୯ ହଜାର ୬୪୦ ଟଙ୍କା ସହ ଏକ ତାସ କାଟା ଜବତ କରିଛି l ଗିରଫ ଜୁଆଡି ମାନେ ବାଲିପଡାର ବଚନ ସେଠି(୨୫),ନବୀନ ବିଷୋୟୀ(୨୭),ଇଶ୍ୱର ସେଠି(୨୧),ଗଙ୍ଗାଧର ଗୌଡ଼(୨୯),ମନୋଜ ସ୍ବାଇଁ(୩୦),କଂଗ୍ରେସ ଗୌଡ଼(୩୫) ଏବଂ ଉଦୟ ବିଷୋୟୀ(୩୫)ଙ୍କୁ ଗିରଫ କରାଯାଇ ଥାନା କେସ ନଂ ୨୬୭/୧୯ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଓପିଜି ଆକ୍ଟ ଅନୁସାରେ ବୁଧବାର ଅପରାର୍ହ୍ନରେ କୋର୍ଟ ଚାଲାଣ କରାଯାଇଛି lଏହି ଚଢ଼ାଉ ରେ ସଦର ଥାନାର ଅଧିକାରୀ ସନ୍ତୋଶିନୀ ଓରାମ ,ସେକଣ୍ଡ ଅଫିସର ବିଭୁତି ଭୂଷଣ ସେଠି,ଏସଆଇ ଝୁନୁବାଳା ସାସମଲ, ନିମଖଣ୍ଡୀ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଶତପଥୀ,ଏଏସଆଇ ସୁରେଶ କୁମାର ସାହୁଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଏହି ଚଢ଼ଉରେ ସାମିଲ ଥିଲେ l ନୂତନ ଥାନା ଅଧିକାରୀଙ୍କ ଏପରି ପଦକ୍ଷେପଙ୍କୁ ସାଧାରଣ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଜୁଆଡିଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l

LEAVE A REPLY

Please enter your comment!
Please enter your name here