ହିଞିଳିକାଟୁ ୨୦/୧୦ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବଡ଼ଖଣ୍ଡି ଗ୍ରାମର ନାଡ଼ି ଭଗବାନ ଓ ନାଡ଼ି ରାଜଶ୍ୱରୀଙ୍କ ସାନ ଝିଅ ମମତା ଗଜପତି ଜିଲା ଲକ୍ଷ୍ମୀପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ମମତା ବଡ଼ଖଣ୍ଡି ଗ୍ରାମରେ ବିବାହ କରିଛନ୍ତି । ତେବେ କୌଣସି କାରଣରୁ ମମତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମନାନ୍ତର ହୋଇଥିବାରୁ ଗତ ୧୫ ଜୁନରେ ଗାଁ କଙ୍ଗାରୁ ବୈଠକରେ ବିଚାର ହୋଇଥିଲା । ଚାକିରୀ ଛାଡ଼ି ଗାଁରେ ରହିବାକୁ କମିଟି ପକ୍ଷରୁ ମମତାଙ୍କୁ କୁହାଯାଇଥିଲ । ଏଥିରେ ମମତା ରାଜି ହୋଇନଥିବା ନେଇ ଜୁଲାଇ ୪ ତାରିଖରେ ଗାଁକମିଟିର ଧେଣ୍ଡୁରା ଦେଇ ଭଗବାନଙ୍କ ପରିବାରଙ୍କୁ ୫ହଜାର ୫ଶହ ଜରିମାନା କରିବା ସହ ସାମାଜିକ ବାସନ୍ଦ କରାଯାଇଥିଲା । ଏନେଇ ଭଗବାନ ହିଞିଳି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ ସମାଧାନ ପାଇଁ ସଫଳ ହୋଇନଥିଲା । ପରେ ମୁଖ୍ୟମନ୍ତ୍ରୀ, ପୋଲିସ ଡ଼ିଜିପି, ଜିଲ୍ଲାପାଳ ଗଞ୍ଜାମ ଏସପିଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କୁ ଲିଖିତ ଭାବେ ଚିଠିଦ୍ୱାରା ଅବଗତ କରାଇଥିଲେ ।ଏହି ପରିପ୍ରେକ୍ଷୀରେ ମଧ୍ୟ କୌଣସି ସମାଧାନର ସୁତ୍ର ପ୍ରଶାସନ ପକ୍ଷରୁ ପାଇ ନଥିଲେ । ୩ମାସ ଏମିତି ବିତିଯାଇଥିଲେ ମଧ୍ୟ ସୁଫଳ ମିଳି ନଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମରେ ଏହି ଘଟଣାର ସମାଧାନ ସକାଶେ ରବିବାର ପୂର୍ବାହ୍ନରେ ପୋଲିସ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଇଥିଲା । ଆସିକା ପୋଲିସ ଏସଡିପିଇଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ବଡଖଣ୍ଡି ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ସମାଧାନ ବୈଠକ ହୋଇଥିଲା ।ଏହି ବୈଠକରେ ହିଞିଳିକାଟୁ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ବଡ଼ଖଣ୍ଡି ସରଂପଚ କେ.ଦୁର୍ଗାପ୍ରସାଦ ରାଓ, ପି. ତୁମ୍ବନାଥ,ହିଞିଳି ଥାନା ଏସ.ଆଇ ପ୍ରଦିପ୍ତ କୁମାର ଦାଶ ଓ ଗ୍ରାମର କମିଟିବୃନ୍ଦଙ୍କ ଉପସ୍ଥିତ ହୋଇଥିଲେ । ଅଭିଯୋଗକାରୀ ନାଡ଼ି ଭଗବାନଙ୍କ ପରିବାର ବାସନ୍ଦ ଅଭିଯୋଗ ଉପରେ ଲିଖିତ ସ୍ପଷ୍ଟୀକରଣ ଦେଇଥିଲେ । ସ୍ପଷ୍ଟୀକରଣ ପତ୍ରାନୁଯାୟୀ ନାଡ଼ି ଭଗବାନଙ୍କ ପରିବାର ପ୍ରତି ସାମାଜିକ ବାସନ୍ଦ ଅପପ୍ରଚାର ସମ୍ପୁଣ୍ଣ ମିଥ୍ୟା ବୋଲି କମିଟି ପକ୍ଷରୁ ଜଣାଇଥିଲେ । ଏଥି ସକାଶେ ଗ୍ରାମବାସୀ ଓ କମିଟି ସଦସ୍ୟ ଦୁଃଖିତ ବୋଲି ଉଲ୍ଲେଖ କରିଛନ୍ତି । ନାଡ଼ି ଭଗବାନଙ୍କ ପରିବାର ଗ୍ରାମରେ ବସବାସ କଲେ ଗ୍ରାମବାସୀ ଓ କମିଟି ତରଫରୁ କୌଣସି ଆପତ୍ତି ଅଭିଯୋଗ କରାଯିବ ନାହିଁ କିମ୍ବା ଭବିଷ୍ୟତରେ ପ୍ରତିରୋଧ କରାଯିବ ନାହିଁ ବୋଲି ଏକ ଲିଖିତ ପତ୍ରରେ ଉଲ୍ଲେଖ କରିଛନ୍ତି । ଗ୍ରାମବାସୀ, ନାଡ଼ି ଭଗବାନଙ୍କ ଦ୍ୱାରା କରାଯାଇଥିବା ଅପପ୍ରଚାର କୁ ବନ୍ଦ କରି ଗ୍ରାମ୍ୟ ମର୍ଯ୍ୟଦା କୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ନିବେଦନ କରିଛନ୍ତି । ଗ୍ରାମ୍ୟ କମିଟିବୃନ୍ଦ ନିଜ ନିଜ ଏକ ସ୍ୱାକ୍ଷର କରି ସମାଧାନ ସ୍ପଷ୍ଟୀକରଣ ଲିଖିତ ପତ୍ରଟିକୁ ବ୍ଳକ ଅଧ୍ୟକ୍ଷ, ସରଂପଚ ଓ ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକଙ୍କ ଉପସ୍ଥିତିରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା ।
ରିପୋର୍ଟ: ପ୍ରିୟବ୍ରତ ପଣ୍ଡା