ଓ୍ବାଇ . ଏସ . ଡି ର କର୍ମଶାଳା

0
150

ବ୍ରହ୍ମପୁର,୨୦/୧୦–ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସାରା ବିଶ୍ୱ ଅକ୍ଟୋବର ମାସକୁ ଗ୍ରୀନ ଏକ୍ସନ ୱିକ୍ ଭାବେ ପାଳନ କରିଆସୁଛି । ଏହି ପରିପ୍ରେକ୍ଷୀ ରେ ବ୍ରହ୍ମପୁର ମୋତି ହୋଟେଲ ପରିସର ରେ ସ୍ୱେଚ୍ଛାସେବୀ ସଂସ୍ଥା ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ତରଫରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି । ବର୍ଜ୍ୟବସ୍ତୁ କମାଇବା ସହ ପ୍ଲାଷ୍ଟିକ କୁ ବ୍ୟବହାର ନ କରିବା, ପ୍ରାକୃତିକ ସମ୍ପଦର ଉପଯୋଗ କୁ କମ କରିବା, ଜୈବିକ ଖାଦ୍ୟ ବ୍ୟବହାର ନିମନ୍ତେ ଗୁରୁତ୍ୱାରୋପ କରିବା ଏବଂ ସତତ ବିକାଶ ଲକ୍ଷ୍ଯ ଆଧାରରେ ପ୍ରତ୍ୟେକ ମନୁଷ୍ୟକୁ ଉନ୍ନତ ସ୍ୱାସ୍ଥ୍ୟ ତଥା ଜୀବନଧାରଣ ମନରେ ଉନ୍ନତି ଆଣିବା ଲକ୍ଷ୍ଯ ନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ । ୱାଇ.ଏସ.ଡି ମୁଖ୍ୟ ବିଭୂ ପ୍ରସାଦ ସାହୁ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ କୁ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର, ରବିନ ହୁଡ ଆର୍ମୀ, ଟିମକ୍ଲିନ ସିଟି, ମାରଓ୍ବାଡ ମହିଳା ସମିତି, ମହାତ୍ମା ହୋଲ୍ପିଂ କ୍ଲବ ର କର୍ମକର୍ତ୍ତା ମାନେ ନିଜର କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ । ଏହି କାଯ୍ୟକ୍ରମକୁ ୱାଇ.ଏସ.ଡି ର ଚନ୍ଦନ କୁମାର ସାହୁ ଓ ଅବିରାମ କହଁର ପରିଚାଳନା କରିଥିବା ବେଳେ ସୃତି କୁମାରୀ ସାହୁ ଓ ଦିବ୍ୟଭଞ୍ଜନି ସାସମଲ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here