ସାତପେଣ୍ଠ ଗୋପାଳପୁର ପଞ୍ଚାୟତରେ ସତରଞ୍ଜି ବୈଠକ, ଉପ ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ…..

0
202

 

ସାନଖେମୁଣ୍ଡି (ନିପ୍ର)୨୨/୧୦/୧୯: ରାଜ୍ୟ ସରକାରଙ୍କ ଦ୍ଵାରା ପଞ୍ଚାୟତ ବିକାଶକୁ ପରଖିବା ଉଦ୍ଦେଶ୍ୟରେ ନେଇ ଏକ ଅଭିନବ ଯୋଜନା କ୍ରମରେ ପଞ୍ଚାୟତ ସ୍ତରରେ ସତରଞ୍ଜି ବୈଠକରେ ଅଯୋଜନକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମରେ ଆଜି ସାନଖେମୁଣ୍ଡି ବ୍ଲକ ସାତପେଣ୍ଠ ଗୋପାଳପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଅଛି lସୀମିତ ସମୟରେ ଜରୁରୀକାଳୀନ ଭିତ୍ତିରେ ଆଜି ସଂଧ୍ୟା ୬.୩୦ ରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବଙ୍କ ଦ୍ଵାରା ଶୁଭାରମ୍ଭ ହେବା ସହ ପଞ୍ଚାୟତ ଅଧିକାରୀଙ୍କ ସାଧାରଣ ସୁବିଧା ଓ ଅସୁବିଧାକୁ ଲିପିବଦ୍ଧ କରିଛନ୍ତି l ସରକାରଙ୍କ ଧାର୍ଯ୍ୟ ଫଳପ୍ରସ୍ଥ ଯୋଜନା ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ଜନିତ କାର୍ଯ୍ୟକାରିତା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନା,ଗ୍ରାମ୍ୟ ପରିମଳ ପରିଚ୍ଛନ୍ନତା ତଥା ମୋ ପାଇଖାନା ଏବଂ ପାନୀୟ ଜଳ ଯୋଜନା ଅନ୍ତର୍ଗତରେ ପଞ୍ଚାୟତରେ ହେଉଥିବା କାର୍ଯ୍ୟାବଳୀ ଓ ଏହାର ଅନିୟମିତତାକୁ ଉପସ୍ଥିତ ଅଧିକାରୀଙ୍କ ଦ୍ଵାରା ତର୍ଜମା କରାଯିବା ସହିତ କାର୍ଯ୍ୟ ସଂପଦନରେ ଉପୁଜିଥିବା ବାଧା ସମ୍ବନ୍ଧରେ ଗ୍ରାମ୍ୟ ବୈଠକରେ ଆଲୋଚନା ହୋଇଥିଲା l
ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତନାୟକ ସରକାରଙ୍କ ଦ୍ଵାରା ହିତାଧିକାରୀଙ୍କୁ ଦିଆଯାଉଥିବା ଯୋଜନା ପାଇଁ ସର୍ବନିମ୍ନ ଯୋଗ୍ୟତାର ମାପକାଠି କୁ ସର୍ବ ସାଧାରଣରେ ବର୍ଣ୍ଣନା କରିବା ସହିତ ସାମାଜିକ ସୁରକ୍ଷା ଯୋଜନା, ମୋ କୁଡିଆ, ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ପରିଚାଳନା ଗତ ସମସ୍ୟା ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନାକୁ ବର୍ଣ୍ଣନା କରିଥିଲେ l କାର୍ଯ୍ୟକ୍ରମରେ ସରପଞ୍ଚ ନିରାକାର୍ ପ୍ରଧାନ, ବ୍ଲକ ସହକାରୀଯନ୍ତ୍ରୀ,ଯୋଗାଣ ଅଧିକାରୀ,ସହକାରୀ ପ୍ରୋଗ୍ରାମ ଅଧିକାରୀ, ବ୍ଲକ ପ୍ରାଣୀ ସଂପଦ ଅଧିକାରୀ,ପାନୀୟ ଜଳ ଯୋଗାଣ ଯନ୍ତ୍ରୀଙ୍କ ସହିତ ସମସ୍ତ ଅଙ୍ଗନବାଡ଼ି କର୍ମୀ ସଂପୃକ୍ତ ସୁପରଭାଇଜର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l


ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here