୧୧ ଦଫା ଦାବୀ ନେଇ ବାମପନ୍ଥୀ ଦଳ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

0
175

 

ପାରଳାଖେମୁଣ୍ଡି, ୨୨/୧୦– ଗଭୀର ଆର୍ଥିକ ସଙ୍କଟ ଓ ଲୋକଙ୍କ ଦୁର୍ଦ୍ଦଶା ପ୍ରତିବାଦ ସହ ବିଭିନ୍ନ ୧୧ ଦଫା ଦାବୀ ନେଇ ଆଜି ଗଜପତି ଜିଲ୍ଲାର ବାମପନ୍ଥୀ ଦଳ ମାନଙ୍କ ମିଳିତ ଅଭିଯାନ କାର୍ଯାକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ମିଳିତ ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲାର ସିପିଆଇ(ଏମ) , ସିପିଆଇ , ଏବଂ ସିପିଆଇ(ଏମ୍ ଏଲ୍ ) ଲିବେରେସନ ପ୍ରମୁଖ ବାମ ଦଳ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ୧୧ ଦଫା ସମ୍ମିଳିତ ଏକ ସ୍ମାରକପତ୍ର ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଜୁବୁଲି ବେହେରାଙ୍କୁ ପ୍ରଦାନ କରିଥିଲେ ।

୧୧ ଦଫା ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ଦରବୃଦ୍ଧି ହ୍ରାସ କରିବା , ଦେଶରେ ସାମ୍ପ୍ରଦାୟିକ ଓ ଆତଙ୍କବାଦ ବନ୍ଦ କରିବା , ବେକାର ସମସ୍ୟା ସମାଧାନ କରିବା , ବେକାରୀ ଭତ୍ତା ଦେବା , ଘରୋଇ କରଣ ନିତି ବନ୍ଦ କରିବା , ସର୍ବନିମ୍ନ ମାସିକ ମଜୁରୀ ୧୮ହଜାର ଟଙ୍କା ପ୍ରଦାନ କରିବା , ନିଯୁକ୍ତି ହରାଇଥିବା ମାନଙ୍କୁ ମାସିକ ପେନ୍ସନ ଓ ଭତ୍ତା ପ୍ରଦାନ କରିବା , ମନରେଗା ପାଣ୍ଠି ବୁଦ୍ଧି କରି ବେକାରଙ୍କୁ ବର୍ଷକୁ ସର୍ବନିମ୍ନ ୨୦୦ ଦିନର କାମ ଯୋଗାଇ ଦିଆଯାଉ , ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମାସିକ ୩ ହଜାର ଟଙ୍କା କରାଯାଉ ଏବଂ କୃଷକ ମାନଙ୍କ ଉପରୁ ରୄଣଛାଡ଼ ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁତିର ଦେଢ ଗୁଣା କରାଯାଉ ପ୍ରଭୃତି ଦାବୀ ଗୁଡ଼ିକ ଅନ୍ତର୍ଭୁକ୍ତ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ମଣ୍ଡଳୀର ଜଗନ୍ନାଥ ମିଶ୍ର , ଜତୀନ ମହାନ୍ତି , ଦଣ୍ଡପାଣି ରଈତ , ଜନା ସୁବାଷ ଚନ୍ଦ୍ର ରାଓ , ବିଦ୍ୟାଧର ପାତ୍ର , ମୋହିତ ମିଶାଲ ପ୍ରମୁଖଙ୍କ ସମେତ ଶତାଧିକ ସଂଖ୍ୟାରେ ତିନି ବାମପନ୍ଥୀ ଦଳର କର୍ମୀ ଓ ନେତାମାନେ ଯୋଗ ଦେଇଥିଲେ ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here