ଦିବ୍ୟାଙ୍ଗ ପିଲା ଙ୍କ ସହ ଦିପାବଳୀ ପାଳନ କଲେ ଗଞ୍ଜାମ ଏସପି

0
195

ଛତ୍ରପୁର,୨୭/୧୦-ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଦିବ୍ୟାଙ୍ଗ ପିଲାଙ୍କ ସହ ଦୀପାବଳି ପାଳନ କରିଛନ୍ତି । ସମର୍ଥ ଦିବ୍ୟାଙ୍ଗ ଅନୁଷ୍ଠାନରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ପହଂଚି ପିଲାମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ପିଲା ମାନଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।
ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ କେ. ଆନନ୍ଦ ରାଓ ଛାତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାଶ, ଆରଆଇ ଗଙ୍ଗାଧର ଧାଙ୍ଗର, ସୁବଳ ସୋରନ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here