ନଭେମ୍ବର ୮ ରେ ବିଶ୍ବ ର ମଙ୍ଗଳ, ପ୍ରାକୃତିକ ବିପଦରୁ ମୁକ୍ତି, ଜନସମାଜ ର କଲ୍ୟାଣ ନିମନ୍ତେ ବିଶ୍ବ ଶାନ୍ତି ସମିତି ପକ୍ଷ ରୁ ଓଡିଶା ର ପ୍ରଥମ ଥର ପାଇଁ ବ୍ରହ୍ମପୁର ରେ ହେବ ୧୦୦୮ ଜଣ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ବାରା ୧୦୦୮ ଶ୍ରୀ ବିଷ୍ଣୁ ସହସ୍ର ନାମ ସ୍ରୋତ୍ରମ୍ ପରାୟଣ

0
170

ବ୍ରହ୍ମପୁର, ୨୯/୧୦-ବିଶ୍ବ ର ମଙ୍ଗଳ, ପ୍ରାକୃତିକ ବିପଦରୁ ମୁକ୍ତି, ଜନସମାଜ ର କଲ୍ୟାଣ ନିମନ୍ତେ ବିଶ୍ବ ଶାନ୍ତି ସମିତି ପକ୍ଷ ରୁ ଓଡିଶା ରେ ପ୍ରଥମ ଥର ପାଇଁ ୧୦୦୮ ଜଣ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ବାରା ୧୦୦୮ ଶ୍ରୀ ବିଷ୍ଣୁ ସହସ୍ର ନାମ ସ୍ରୋତ୍ରମ୍ ପରାୟଣ ହେବାକୁ ଯାଉଛି। ଏହା ଆସନ୍ତା ମାସ ୮ ତାରିଖ କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ଦିନ ସ୍ଥାନୀୟ ଇଂଞ୍ଜିନିୟରିଂ ସ୍କୁଲ ଖେଳ ପଡ଼ିଆ ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ ତିରୁପତି ସଂସ୍କୃତ ବିଦ୍ୟାପୀଠ ର ପୂର୍ବତନ କୁଳପତି ତଥା ବର୍ତ୍ତମାନ ର କିସ୍ ବିଶ୍ବବିଦ୍ୟାଳୟ ର କୁଳପତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଫେସର ଶ୍ରୀ ହରେକୃଷ୍ଣ ଶତପଥୀ ଯୋଗ ଦେବେ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ବିଶ୍ବ ଶାନ୍ତି ସମିତି ପକ୍ଷ ରୁ ସୁଚନା ପ୍ରଦାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ସଭାପତି ପଣ୍ଡିତ ଶ୍ରୀ ପ୍ରଶାନ୍ତ କୁମାର ଦାଶ, ସଂପାଦକ ବେଦବିଭୂଷଣ ଶ୍ରୀ ରାମଶଙ୍କର ଶତପଥୀ, ମାର୍ଗଦର୍ଶକ ବେଦମୂତ୍ତି ଶ୍ରୀ ମନୋଜ କୁମାର ପାଣିଗ୍ରାହୀ ସମେତ ଉପଦେଷ୍ଟା ଶ୍ରୀ ଶକ୍ତି ପ୍ରସାଦ ଶତପଥୀ ପ୍ରମୂଖ ଏହି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here