ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା ସପ୍ତାହ ଉଦଯାପନୀ ପାଳିତ।

0
199

ବ୍ରହ୍ମପୁର,୦୨/୧୧-ଆଜି ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା (NSS) ତରଫରୁ ସତର୍କତା ସଚେତନ ସପ୍ତାହ ଉଦଯାପନୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି | ଉକ୍ତ ସାପ୍ତାହିକ କାର୍ଯ୍ୟକ୍ରମ ଉପଲକ୍ଷେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ମାନବ ଶୃଙ୍ଖଳା ଗଠନ କରି ଭ୍ରଷ୍ଟାଚାର ବିରୋଧରେ ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କରିବାର ଶପଥ ନେଇଥିଲେ l ମହାବିଦ୍ୟାଳୟ ରେ ଏକତା ଦିବସ ପାଳନ ମଧ୍ୟ ହୋଇଥିଲା l ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସତର୍କତା, ଦୁର୍ନୀତି ନିବାରଣ ଓ ଏକତା ବିଷୟ ସମ୍ବଳିତ ବକୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଉଦଯାପନୀ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା ଖାଡ଼ଙ୍ଗା ସଭାପତିତ୍ୱ କରିବା ସହ ଉକ୍ତ ଦିବସ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଉକ୍ତ ସଭାରେ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ସୂର୍ଯ୍ୟ ନାରାୟଣ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଦୈନଦିନ ଜୀବନରେ କିପରି ସ୍ୱଚ୍ଛ ଓ ସାଧୁତା କୁ ଆପଣେଇବା ସେହି ବିଷୟରେ ନିଜର ମତାମତ ପ୍ରଦାନ କରିଥିଲେ l NSS ର କାର୍ଯ୍ୟକାରୀ ସମ୍ପାଦକ ଡ଼କ୍ଟର ଶୁଭଶ୍ରୀ ଅପରାଜିତା ଏବଂ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ସଭାକାର୍ଯ୍ୟ ସମ୍ପାଦନ କରିଥିଲେ ଓ ଉକ୍ତ ବିଷୟରେ ନିଜର ଅଭିମତ ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା l lଉକ୍ତ ଦିବସରେ ମହାବିଦ୍ୟାଳୟ ର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେବା ସହିତ ଦୁର୍ନୀତି ନିବାରଣ ତଥା ସାଧୁତା କୁ ବ୍ୟକ୍ତିଗତ ଜୀବନରେ ସାମିଲ କରିବାକୁ ଶପଥ ନେଇଥିଲେ lଏତଦବ୍ୟତୀତ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଡ଼. ଆନନ୍ଦ ସେଠୀ, ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ବେହେରା,ଶ୍ରୀଯୁକ୍ତ ଗଙ୍ଗାଧର ବେହେରା, ଡ଼. ଚିତ୍ତରଞ୍ଜନ ମହାନ୍ତି, ଶ୍ରୀଯୁକ୍ତ ଶଙ୍କର ମହାପାତ୍ର,ଶ୍ରୀଯୁକ୍ତ ପରାଉ ମାଝୀ ପ୍ରମୁଖ ନିଜର ଉଦବୋଧନ ପ୍ରଦାନ କରିଥିଲେ lଉକ୍ତ ଦିବସରେ NSS ର ସମସ୍ତ ସ୍ବେଛାସେବୀ ଉପସ୍ଥିତ ରହି ଏହାକୁ ସଫଳତା ର ରୂପ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here