ନକଲି ସାର୍ଟିଫିକେଟ୍‌ ଦେଇ ଧରାପଡ଼ିଲେ ୪ ଶିକ୍ଷକ: ଏତଲା ସହ ବହିଷ୍କାର ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

0
193

ବ୍ରହ୍ମପୁର ଅଫିସ୍‌,୩ା୧୧- ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍‌ ଦେଇ ଗଞ୍ଜାମ ଜିଲାର ୪ଜଣ ଶିକ୍ଷକ ଧରାପଡ଼ିଛନ୍ତି। ଏହି ସମସ୍ତ ଶିକ୍ଷକ ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଏମାନେ ଧରିପଡ଼ିଥିଲେ। ଅପରପକ୍ଷେ ଏହି ଘଟଣାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତର ସହ ନେଇଛନ୍ତି। ନକଲି ସାର୍ଟିଫିକେଟ୍‌ ଦେଇଥିବା ଶିକ୍ଷକଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡାଙ୍କଠାରୁ ମିଳିଥିବା ସୂଚନା ଅନୁୁଯାୟୀ, ଗତ କିଛି ମାସ ହେଲା ଜିଲାରେ ବିଭିନ୍ନ ବର୍ଗରେ କାର୍ଯ୍ୟରତ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ୍‌ ଯାଞ୍ଚ କରାଯାଇଥିଲା। ଶିକ୍ଷୟିତ୍ରୀଶିକ୍ଷକମାନେ ସେମାନଙ୍କ ସାର୍ଟିଫିକେଟ୍‌ ଜିଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ତେବେ ଧରାକୋଟ ବ୍ଲକର ୪ଜଣ ଶିକ୍ଷକ ଯଥା ନୂଆଁସାହି ପ୍ରାଥମିକ ବିଦ୍ୟାଳୟର ସରକାରୀ ଶିକ୍ଷକ ସନ୍ତୋଷ କୁମାର ନାହାକ, ବରଡ଼ାବିଲି ଉନ୍ନତି ଉଚ୍ଚ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞା କୁମାରୀ ଗୌଡ଼, ତନର୍ଜିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଅମରେଶ ଚନ୍ଦ୍ର ପଣ୍ଡା ଏବଂ ଝିଲିମିଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ନାରାୟଣ ବେହେରାଙ୍କ ସାର୍ଟିଫିକେଟ୍‌ ନକଲି ବୋଲି ଯାଞ୍ଚରେ ଧରାପଡ଼ିଥିଲା । ଗତ ଏକ ତାରିଖରେ ଜିଲା ଶିକ୍ଷା ଅଧିକାରୀ ପଣ୍ଡା ଏବଂ ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହି ଶିକ୍ଷକମାନଙ୍କ ସାର୍ଟିଫିକେଟ୍‌ ପୁନଃ ଯାଞ୍ଚ କରିଥିଲେ। ଏମାନଙ୍କ ମାଟ୍ରିକ୍‌ ମାର୍କସିଟ୍‌ ଯାଞ୍ଚ କରାଯାଇଥିଲା।

ତଦନ୍ତ ସଂପର୍କିତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି ୪ଜଣ ଶିକ୍ଷକଙ୍କ ନାଁରେ ଥାନାରେ ଏତଲା ଦେବାକୁ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here