୫ ନିଖୋଜ ନାବାଳକ ଆନ୍ଧ୍ର ରୁ ଠାବ

0
277

ପାରଳାଖେମୁଣ୍ଡି, ୦୪/୧୧– ଶନିବାର ଠାରୁ ନିଖୋଜ ଥିବା ଗୋଟିଏ ଗ୍ରାମର ୫ ନାବାଳକ ରବିବାର ଦିନ ବିଶାଖାପାଟଣାରୁ ଉଦ୍ଧାର କରାଯାଇଛି। ତୁରନ୍ତ ପିଲାମାନଙ୍କୁ ଅଣା ଯାଇ ସେମାନଙ୍କର ପରିବାରବର୍ଗଙ୍କ ହସ୍ତାନ୍ତର କରାଯିବ ବୋଲି ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା କହିଛନ୍ତି।
ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଗୁରାଣ୍ଡି ଥାନା ଅଧିନରେ ଜଙ୍ଗଲପାଡୁ ଗ୍ରାମର ୫ ଜଣ ନାବାଳିକା ଶନିବାର ଠାରୁ ନିଖୋଜ ହୋଇଯାଇଥିବା ବେଳେ ସନ୍ଦାରେ ପରିବାର ଲୋକ ଗୁରାଣ୍ଡି ଥାନାରେ ଅଭିଯୋଗ କରିଥିଲେ। କୁନା, ବିକ୍ରମ, ଏବଂ ଶୁଭମ ସ୍କୁଲବସ ଯୋଗେ ଶନିବାର ସକାଳେ ବିଦ୍ୟାଳୟ ଅଭିମୁଖେ ବାହାରିଥିଲେ। ହେଲେ ଅଧାବାଟରେ ଓହ୍ଲାଇ ଯାଇଥିଲେ। ସେହିପରି ଚିନ୍ମୟ ଓ ଡମ୍ବରୁ ଘରୁ ସାଇକେଲ ଧରି ବାହାରି ଗାଁ ଛକରେ ସାଇକେଲ ଛାଡ଼ି କେଉଁ ଆଡେଚାଲି ଯାଇଥିଲେ। ସନ୍ଧ୍ୟାରେ ପିଲାମାନେ ନିଖୋଜ ଥିବା ଜାଣି ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ନିଖୋଜ ଛାତ୍ରଙ୍କ ସମ୍ପର୍କରେ କୈାଣସି ଖବର ମିଳିନଥିଲା।।
ରବିବାର ଦିନ ସକାଳୁ ସେମାନେ ଆନ୍ଧ୍ର ପ୍ରଦେଶର ଏକ ପାଖରେ ବୁଲୁଥିବା ବେଳେ ସେଠାକାର ଚାଇଲ୍ଡ ଲାଇନ ଦ୍ୱାରା ସେମାନେ ଉଦ୍ଧାର ହୋଇଥିଲେ। ପଚାରା ଉଚରା କରିବା ବେଳେ ସେମାନଙ୍କ ପରିଚୟ ଜାଣି ଗଜପତି ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ। ତେବେ ସେମାନେଙ୍କୁ ଆଜି ପାରଳାଖେମୁଣ୍ଡି ଆଣିବାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ସୂଚନା ଦେଇଛନ୍ତି। ସେମାନଙ୍କୁ ଆଣିବା ପରେ କେଉଁ କାରଣରୁ ଘର ଛାଡ଼ି ବାହରକୁ ଗଲେ ସେ ସମ୍ପର୍କରେ ତଦନ୍ତ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସପି ସାରା ଶର୍ମା ସୂଚନା ଦେଇଛନ୍ତି।


ରିପୋର୍ଟ :ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here