୨୪୮ ଛାତ୍ରଛାତ୍ରୀଙ୍କୁ ପୋଷକ ବିତରଣ

0
181

ହିଞିଳିକାଟୁ ୮/୧୧:- ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପୋଷକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଏହି ଆୟୋଜିତ କାର୍ଯ୍ୟକ୍ରମରେ ବିଇଓ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ବିଶ୍ୱନାଥ ମହାରଣା,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିତ୍ରସେନ ଖଟେଇଙ୍କ ଉପସ୍ଥିତରେ ପୋଷକ ବିତରଣ ଶୁଭାରମ୍ଭ ହୋଇଥିଲା । ବିଦ୍ୟାର୍ଥୀ ମାନେ ପରିଷ୍କାର ପରିଛନ୍ନ ରହି ନୂତନ ପୋଷକ ପରିଧାନରେ ବିଦ୍ୟାଳୟକୁ ପ୍ରବେଶ କଲେ ଶିକ୍ଷା ଅଧ୍ଯୟନରେ ସୈଶିକ୍ଷକ ବାତ୍ତାବରଣ ହୋଇ ପାରିବ ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ ।ଏହି ଅବସରରେ ୨୪୮ ଛାତଛାତ୍ରୀଙ୍କୁ ୨ହଳ ପୋଷାକ,୨ହଳ ମୋଜା,୨ହଳ ଚୁର୍ଣ୍ଣି ଓ ହଳେ ଜୋତା ବିତରଣ କରଯାଇଥିଲା ।ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନାର ସମସ୍ତ କମିଟି ବୃନ୍ଦ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here