ରେକର୍ଡ ରଚିଲା ଷ୍ଟାଚ୍ୟୁ ଅଫ ୟୁନିିଟି

0
351

ରେକର୍ଡ ରଚିଲା ଷ୍ଟାଚ୍ୟୁ ଅଫ ୟୁନିଟି । ପର୍ଯ୍ୟଟନ ଆୟରେ ତାଜମହଲକୁ ଟପିଗଲା ସର୍ଦ୍ଦାର ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତି, ବର୍ଷକରେ ବୁଲିବାକୁ ଆସିଛନ୍ତି ୨୪ ଲକ୍ଷ ପର୍ଯ୍ୟଟକ ।ତାଜମହଲ ରୁ ବାର୍ଷିକ ଆୟ ୫୬ କୋଟି ହେଉଥିବା ବେଳେ ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ବାର୍ଷିକ ୬୩ କୋଟି ଟଙ୍କା ଆୟ କରୁଛନ୍ତି ସରକାର । ତାଜମହଲ ତୁଳନାରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବାକୁ କମ ପର୍ଯ୍ୟଟକ ଆସୁଛନ୍ତି । ଏହାସର୍ତ୍ତେ ମଧ୍ୟ ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ଅଧିକ ଟଙ୍କା ଆୟ କରୁଛନ୍ତି ସରକାର । ସେହିଭଳି ତାଜମହଲ ତୁଳନାରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ ରହିଛି । ଷ୍ଟାଚ୍ୟୁ ଅଫ୍ ୟୁୂନିଟିର ଦୈନିକ ରକ୍ଷଣାବେକ୍ଷଣ ପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ଗତ ବର୍ଷ ଅକ୍ଟୋବର ମାସରେ ୧୮୨ ଫୁଟ୍ ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନିର୍ମାଣ କରିବା ପାଇଁ ପାଖାପାଖି ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
(ବ୍ୟୁରୋ ରିପୋର୍ଟ)

LEAVE A REPLY

Please enter your comment!
Please enter your name here