ଓଡ଼ିଆ ବିଭାଗର ନବାଗତ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

0
183

ହିଞିଳିକାଟୁ ୯/୧୧ :- ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ମହାବିଦ୍ୟାଳୟ ଅଧକ୍ଷ ଡା. ଅଜିତ୍ କୁମାର ମିଶ୍ର, ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଅଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ l ଓଡ଼ିଆ ବିଭାଗ ମୁଖ୍ୟ ଭାସ୍କର ମିଶ୍ର, ଅଧ୍ୟାପକ, ଜଗନ୍ନାଥ ମହାପାତ୍ର, ଡା.ଅଧ୍ୟାପିକା ବିଷ୍ଣୁ ପ୍ରିୟା ପଣ୍ଡା, ସଙ୍ଗୀତା ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମର ଛାତ୍ରଛାତ୍ରୀ ମାନେ ମିଳିମିଶି କାମ କରିବା ଓ ଏକତା ରକ୍ଷା କରିବା ଦ୍ୱାରା ସମସ୍ତ କାମ ସହଜ ହୋଇଥାଏ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ରେ ମହାବିଦ୍ୟାଳୟ ରେ କାର୍ଯ୍ୟରିତ୍ ଅଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ଅନ୍ୟ କଲେଜକୁ ବଦଳ ହୋଇଯାଇଥିବା ହେତୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀମନ୍ତ ମହାପାତ୍ର,ଶ୍ରୀମନ୍ତ ବେହେରା, ସଂଗ୍ରାମ ଗୌଡ଼, ବିକ୍ରମ ସାହୁ, ଫିଲୁ ବେହେରା, ରଞ୍ଜନ ସାହୁ, ମୁରଲୀ , ପ୍ରତିମା ବେହେରା, ନନ୍ଦିନୀ ପାଢ଼ୀ ଇପ୍ସିତା ମିଶ୍ର, ସିମାନି ଭୁଁଆ,ସରିତା ବେହେରା, ପ୍ରିୟା ଡାକୁଆ, ଲିଜା ଗୌଡ଼, ଲିଜା ସାହୁ, ସୁପ୍ରଭା ବେହେରା, କରିସ୍ମା ମହାନ୍ତି ସହଯୋଗ କରିଥିବା ବେଳେ ବିଭାଗର ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ-ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here