ମିଶନ ରାଣୀ ମାଁ ମାରୀୟା ଙ୍କ ପବିତ୍ର ନବୀନାର ସପ୍ତମ ଦିନ ମହାଆଡ଼ମ୍ବର ରେ ପାଳିତ

0
153

ବ୍ରହ୍ମପୁର,୨୪/୧୧-ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ନବୀନାର ସପ୍ତମ ଦିନ ମିଶନ ରାଣୀ ମହାଦେବାଳୟ ଠାରେ ପାଳନ କରାଯାଇଅଛି। ଦାନ୍ତଲିଙ୍ଗ ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ବିର,ଏହି ଦିବ୍ୟଯଜ୍ଞର ପୌରହିତ୍ୟ କରିଥିଲେ ଏବଂ “Mother Mary,Queen of the Apostles” ବା “ମାଁ ମରିୟା ପ୍ରେରିତ ମାନଙ୍କର ରାଣୀ”, ଏହି ବିଷୟରେ ଶ୍ରଦ୍ଧାଳୁ ମାନଙ୍କୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରି ପ୍ରଚାର କରିଥିଲେ। ଏହି ପବିତ୍ର ନବୀନାରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ଶଶୀକାନ୍ତ ମାଳି ଓ ଯାଜକ ସୁରେଶ ନାୟକ ଦିବ୍ୟଯଜ୍ଞ ଉତ୍ସର୍ଗରେ ସହଯୋଗ କରିଥିଲେ। ଶକ୍ତି ନଗର,ଲୁଚାପଡ଼ାର ଭାରତ କଲୋନୀ,ପ୍ରେମ ନଗର,ଲୁକାସ କଲୋନୀ,Missionaries of Charity ସଙ୍ଘର ସେବାଭ୍ରାତା ମାନେ, DSA ସଙ୍ଘର ସେବାଭଗ୍ନୀ ମାନେ, ବାବାଜୀ ତୋଟା ସାହି ଓ ସିଟି ହସ୍ପିଟାଲ ଅଞ୍ଚଳର ଭକ୍ତ ଗଣ ଅତି ସୁନ୍ଦର ଭାବେ ଦିବ୍ୟଯଜ୍ଞର ପରିଚାଳନା କରିଥିଲେ ଏବଂ ଭାରତ କଲୋନୀ,ଲୁଚାପଡ଼ାର ସଙ୍ଗୀତ ଦଳ ସଙ୍ଗୀତ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here