ହିଞିଳିକାଟୁ,୦୨/୧୨(ପ୍ରିୟବ୍ରତ ପଣ୍ଡା)ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ମା ଶ୍ୟାମଳାଇ ଶକ୍ତିପିଠ ପରିସରେ ରବିବାର ହିଞିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପିର ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧି ଚୟନ ହୋଇଯାଇଛି ।ଏହି ବୈଠକରେ ଘୁମୁସର ଜିଲ୍ଲା ବିଜେପିର ନିର୍ବାଚନ ଅଧିକାରୀ ସରୋଜ କୁମାର ସାବତ,ହିଞିଳି ବିଧାନସଭା ଦାୟିତ୍ୱରେ ଥିବା ମୁଖିଆ ଶିଶିର କୁମାର ମିଶ୍ରଙ୍କ ଉପସ୍ଥିତରେ ଚୟନ ଆରମ୍ଭ ହୋଇଥିଲା ।ଆୟୋଜିତ ବୈଠକକୁ ସ୍ଥାନୀୟ ନଗର ସଭାପତି ମାଧବ ଗୌଡ଼ ପରିଚାଳନା କରିଥିଲେ ।ମୁଖ୍ୟ ଉଦେଶ୍ୟ ହେଲା ଆଗାମୀ ଦିନରେ ଦଳକୁ ତୃଣମୁଳ ସ୍ତରରେ ସୁଦୃଢ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ସଂକଳ୍ପ ନେଇଥିଲେ ।ଆଗକୁ ହେବାକୁ ଥିବା ପୋୖର ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ବୁଥ ସ୍ତରରେ ନିର୍ବାଚନ ସାରି ମଣ୍ଡଳ ସଭାପତି ଚୟନ କରାଯାଇଛି ।ଆଗାମୀ କାର୍ଯ୍ୟକ୍ରମକୁ ରୂପରେଖ ଦେବାପାଇଁ ନୂତନ ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧି ଚୟନ କରଯାଇଥିବା ଆଜି ନାମ ଘୋଷଣା କରିଛନ୍ତି ସେମାନେ ହେଲେ ଜିଲ୍ଲା ପ୍ରତିନିଧି ଗୋପାଳ କୃଷ୍ଣ ପଣ୍ଡା, ହିଞିଳିକାଟୁ ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ଶିକିରି ମଣ୍ଡଳ ସଭାପତି ରଶ୍ମିତା ବେହେରା, ପ୍ରତିନିଧି ପ୍ରୀତିସୁନ୍ଦର ପ୍ରଧାନ,ଗଣ୍ଡଳା ମଣ୍ଡଳ ସଭାପତି ଉମାକାନ୍ତ ପାଢ଼ୀ,ପ୍ରତିନିଧି ଭାବେ , ତ୍ରିଲୋଚନ ତ୍ରିପାଠୀ, କଞ୍ଚୁରୁ ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତି,ପ୍ରତିନିଧି ବିକାଶ ମହାନ୍ତି,ସେହିପରି ଭାବେ ଶେରଗଡ ମଣ୍ଡଳ ସଭାପତି ରାମକୃଷ୍ଣ ପାତ୍ର, ପ୍ରତିନିଧି ସୁଶାନ୍ତକୁମାର ସେଠୀ, ଧବଳପୁର ମଣ୍ଡଳ ସଭାପତି ପଞ୍ଚାନନ ଡାକୁଆ, ପ୍ରତିନିଧି ବି ଜଗନ୍ନାଥ ପାତ୍ର, ପିତଳ ମଣ୍ଡଳ ସଭାପତି ବ୍ରାହ୍ମଣଛାଇର ପୂର୍ବତନ ସରପଞ୍ଚ ନୟନ କୁମାର ମଳିକ ,ପ୍ରତିନିଧି ପୁରୁଷୋତ୍ତମ ସ୍ୱାଇଁ ନୂତନ ପ୍ରତିନିଧି ଓ ସଭାପତି ମାନେ ଆମର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ସଢଙ୍ଗୀ,ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଓ ହିଞିଳି ଦାୟିତ୍ୱ ଥିବା ଶ୍ରୀମିଶ୍ର ଏବଂ ସୁରଥ କୁମାର ବିଶ୍ବାଳ ପ୍ରମୁଖଙ୍କ ସମେତ ପୂର୍ବତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ରଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଇଛନ୍ତି।