ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ ।

0
182

ହିଞିଳିକାଟୁ ,୩/୧୨(ପ୍ରିୟବ୍ରତ ପଣ୍ଡା):- ହିଞିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ।ଜାତିସଂଘ ନିର୍ଦ୍ଦେଶ କ୍ରମେ ୧୯୫୨ ମସିହାରୁ ପାଳିତ ହେଉଛି ଏହି ଦିବସ ।ଭିନ୍ନକ୍ଷମ ମାନଙ୍କ ସ୍ଵତନ୍ତ୍ରତା, ସମ୍ମାନ, ତଥା ମୁଖ୍ୟ ସ୍ରୋତକୁ ଆଣିବା ସହ ସେମାନେ କିଭଳି ସକ୍ଷମ ଭାବେ ପରିଣତ ହେବେ ଏହି ଦିବସର ଉଦ୍ଦେଶ୍ୟ ରହିଛି ।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଶୁଚିକିତ୍ସା ଅଧିକାରୀ ଲମ୍ବୋଧର ମହାପାତ୍ର, ସମ୍ମାନିତ ଅତିଥି ଭାବେ ବୃନ୍ଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି,ଏବିଇଓ ନିମାଇଁ ଚାନ୍ଦ ମହାପାତ୍ର,ଏବିଇଓ ବିଶ୍ୱନାଥ ମହାରଣା, ସମାଜସେବୀ ଯୋଗୀନ୍ଦ୍ର ଖାଡଙ୍ଗା ଉପସ୍ଥିତ ରେ ପ୍ରଥମେ ଦୀପପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ଏହି ଅବସରରେ ଅତିଥି ବୃନ୍ଦ ଭିନ୍ନକ୍ଷମ ମାନେ ସମାଜରେ କିଭଳି ସକ୍ଷମ ହୋଇପାରିବେ ଏନେଇ ସରକାର ବହୁ ଯୋଜନା କାର୍ଯ୍ୟକାରୀ ହେବା ସମ୍ପର୍କରେ ଆଲୋଚନା କରିଥିଲେ ।ଭିନ୍ନକ୍ଷମ ମାନେ କିପରି ସାଧାରଣ ଚଳପ୍ରଚଳ କରିବେ ।ଭାରତ ସମ୍ବିଧାନର ମୌଳିକ ଅଧିକାରରୁ ବଞ୍ଚିତ ନ ହେବେ ଏବଂ ସମାଜରେ ଭିନ୍ନକ୍ଷମ ମାନଙ୍କୁ ଭିନ୍ନ ଚକ୍ଷୁରେ ନ ଦେଖିବା ପାଇଁ ଅତିଥି ମାନେ କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ବହୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ପ୍ରାୟ ୧ ଶହ ଉର୍ଦ୍ଧ୍ବ ଅବିଭାବକ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଆରଟି ଝୁନା ମିଶ୍ର, ନାମିତ ସାମନ୍ତରାୟ, ସିଆରସିସି ରଘୁନାଥ ସାହୁ ପରିଚାଳନା କରିଥିବା ବେଳେ ସମସ୍ତ ସିଆରସିସି ଓ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here