ବ୍ରହ୍ମପୁର,୦୬/୧୨- ସହର ର ଅଗ୍ରଣୀ ଅନୁଷ୍ଠାନ ଅଦ୍ୱୈତା ପକ୍ଷରୁ ଅସହାୟ ବ୍ୟକ୍ତି ମାନଙ୍କୁ ଆଜି ଶୀତବସ୍ତ୍ର ବଣ୍ଟନ କରାଯାଇଛି ।ବର୍ତ୍ତମାନ ବ୍ରହ୍ମପୁର ସହରରେ କିଛିଦିନ ହେବ ଶୀତର ପ୍ରଭାବ ବୃଦ୍ଧି ପାଉଛି ।ଏଥି ନିମନ୍ତେ ଖୋଲା ଆକାଶ ତଳେ ଜୀବନ ବିତାଉଥିବା କିଛି ଗରିବ ଏବଂ ଅସହାୟ ଲୋକଙ୍କୁ ଏହି ପରିପେକ୍ଷୀରେ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା ।ପ୍ରଥମେ ଅନୁଷ୍ଠାନର କର୍ମକର୍ତା ମାନେ ସ୍ଥାନୀୟ ରେଳ ଷ୍ଟେସନରେ ଖୋଲା ଆକାଶ ତଳେ ସୋଇଥିବା ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ।ଏହାପରେ ବିଜିପୁର ଛକ,ପୁରୁଣା ବସଷ୍ଟାଣ୍ଡ,ନୂଆ ବସଷ୍ଟାଣ୍ଡ,ସିଟି ହସ୍ପିଟାଲ ଭଳି ଅଂଚଳରେ ଖୋଲା ଆକାଶ ତଳେ ଶୋଇଥିବା ଲୋକଙ୍କୁ ମଧ୍ୟ ଶୀତବସ୍ତ୍ର ଓ ଫଳ ବିତରଣ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ସହରର ବିଭିନ୍ନ ଅଂଚଳରେ ରହିଥିବା ଅସହାୟ ଲୋକଙ୍କୁ ଶୀତବସ୍ତ୍ର ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ପ୍ରଦାନ ନିମନ୍ତେ ଅନୁଷ୍ଠାନ ଉଦ୍ୟମ ଜାରି ରଖିଥିବା କର୍ମକର୍ତା ମାନେ କହିଛନ୍ତି । ଏଥିରେ ରଞ୍ଜନା ମିଶ୍ର,ସଂଘମିତ୍ରା ବେହେରା,ସତ୍ୟନାରାୟଣ ମିଶ୍ର,ଶ୍ରଦ୍ଧାଞ୍ଜଳି ପାଢ଼ୀ,ପ୍ରଣବ ପଣ୍ଡା,ମଞ୍ଜୁଶ୍ରୀ ପଣ୍ଡା,ମିନତୀ ମହାନ୍ତ,ଗୁରୁଚରଣ ପାତ୍ର,ବିଷ୍ଣୁପ୍ରିୟା ପାଢ଼ୀ,ରବୀନ୍ଦ୍ର ମିଶ୍ର,ଅାଦିକନ୍ଧ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।