ଓଡ଼ିଶା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

0
158

ବ୍ରହ୍ମପୁର, ୦୮/୧୨: ବ୍ରହ୍ମପୁର ସହରର କ୍ରୀଡ଼ା, ସଂସ୍କୃତି, ଶିକ୍ଷା ଓ ସାମାଜିକ ସେବା ସଂଗଠନ ଅଭିଷେକ କ୍ରିଏସନ୍ ପକ୍ଷରୁ ହେବାକୁ ଥିବା ଓଡ଼ିଶା ମହୋତ୍ସବର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ସୁଦୀପ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିଛି ବ୍ୟକ୍ତିବିଶେଷ ଯୋଗଦାନ କରି ମହୋତ୍ସବ ସଂପର୍କରେ ଆଲୋଚନା କରିଥିଲେ । ଫେବ୍ରୁଆରୀ ମାସର ଦ୍ୱିତୀୟ ସପ୍ତାହରେ ପାଞ୍ଚ ଦିନ ବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବରେ ଜିଲ୍ଲା ତଥା ଓଡ଼ିଶାର ଲୋକକଳା, ଲୋକନୃତ୍ୟ, ଲୋକ ସଂଗୀତ ସମେତ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ଆଧୁନିକ ନୃତ୍ୟ ଓ ସଂଗୀତ ପରିବେଷଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବିଶେଷ କରି ଲୁକ୍କାୟିତ ପ୍ରତିଭା ମାନଙ୍କୁ ଓ ହଜି ଲୁଚି ଯାଉଥିବା କଳାକାରମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜନ ହେଉଥିବା ଏହି ମହୋତ୍ସବରେ ପାଞ୍ଚ ଦିନ ବ୍ୟାପୀ ହେବାକୁ ଥିବା ବିିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା ଓ ସେଥିରେ ସମସ୍ତେ ନିଜ ନିଜର ପରାମର୍ଶ ଦେଇଥିଲେ ।
ଏହି ପ୍ରସ୍ତୁତି ବୈଠକରେ ସଂଘମିତ୍ରା ଦଳେଇ, ଉଷାରାଣୀ ମହାପାତ୍ର, ଆର. ସୁନନ୍ଦା ଚୌଧୁରୀ, ସୋନାଲି ଗନ୍ତାୟତ, ଡ. ଚନ୍ଦନ ଗନ୍ତାୟତ, ଡ. ମିହିର କୁମାର ତ୍ରିପାଠୀ, ସନ୍ତୋଷ କୁମାର ସାହୁ, ଶିବରାମ ପାତ୍ର, ଡ଼.ବିଶ୍ୱନାଥ ପାଣିଗ୍ରାହୀ, ଶିଶିର କୁମାର ପାଣିଗ୍ରାହୀ, ଆର. ମୁରଲୀ ମୋହନ, ସନ୍ତୋଷ ପାତ୍ର, ଅନୀଲ କୁମାର ପତି, ଏନ୍. ଧନଞ୍ଜୟ ରାଓ, ମାନସ କୁମାର ବିଷୋୟୀ, ସୁନୀଲ କୁମାର ସାହୁ, ଅମର କୁମାର ଦାଶ, କୁମାର ସୁରଜ ମହାରଣା, ରବୀନ୍ଦ୍ରନାଥ ବେହେରା, ଟୁଟୁ ବେହେରା, ପ୍ରକାଶ ଶାସନୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here