ପାରଳାଖେମୁଣ୍ଡି, ୧୬/୧୨-(ପ୍ରଭାତ ପାତ୍ର)
ଗରିବ ତଥା ଆବଶ୍ୟକ କରୁଥିବା କୈାଣସି ବ୍ୟକ୍ତି ଆଉ ଭୋକରେ ରହିବେ ନାହିଁ। ଏଥିପାଇଁ ପାରଳାଖେମୁଣ୍ଡିରେ ପ୍ରତିଷ୍ଠା ହୋଇଛି ହାପି ଫ୍ରିଜ୍ । ସାଧାରଣ ଲୋକେ କିମ୍ବା ଭୋଜି ଭାତର ବଳକା ଖାଦ୍ୟକୁ ନଷ୍ଟନକରି ଏହି ହାପି ଫ୍ରିଜରେ ରଖିପାରିବେ। ଫଳରେ ଖାଦ୍ୟ ଆବଶ୍ୟକ କରୁଥିବା ଲୋକେ ଏଥିରୁ ଖାଦ୍ୟ ଗ୍ରହଣ କରିପାରିବେ। ଏଭଳି ମହତ ଉଦ୍ଧେଶ୍ୟ ନେଇ ହାପି ଫ୍ରିଜ୍ ପ୍ରତିଷ୍ଠା କରିଛନ୍ତି ଗଜପତି ଏସପି ସାରା ଶର୍ମା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପ୍ରତିଷ୍ଠା କରାଯାଇଥିବା ହାପି ଫ୍ରିଜ୍ କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ପାରଳା ବିଧାୟକ କେ ନାରାୟଣ ରାଓ ଉନ୍ମୋଚନ କରିଥିଲେ। ହାପି ଫ୍ରିଜ୍
ପ୍ରତିଷ୍ଠା ହେବା ଫଳରେ ନିକଟସ୍ଥ କୃଷ୍ଣାଶ୍ରମ ଅନ୍ତେବାସୀ ଏହି ଫ୍ରିଜ୍ ରୁ ଖାଦ୍ୟ ଗ୍ରହଣ କରିବା ଦେଖି ବାକୁ ମିଳିଛି। ରାଜଧାନୀ ପରେ ପାରଳାଖେମୁଣ୍ଡିରେ ହାପି ଫ୍ରିଜ୍ ପ୍ରତିଷ୍ଠା କରାଯାଇଛି। ଗଜପତି ପୋଲିସ ଏହାର ତଦାରଖ କରିବ ବୋଲି ଏସପି ସାରା ଶର୍ମା କହିଛନ୍ତି। ବିଭିନ୍ନ ଲୋକାଭିମୁଖି କାର୍ଯ୍ୟ କରି ସର୍ବଦା ଚର୍ଚ୍ଚାରେ ରହୁଥିବା ଏସପି ସାରା ଶର୍ମା ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରି ପୁଣି ପ୍ରଶଂସା ସାଉଁଟି ଛନ୍ତି।