ନିତ୍ୟାନନ୍ଦ ପାଠାଗାରର ଷଷ୍ଠ ବାର୍ଷିକ ମୋହଛବ

0
167

ପାରଳାଖେମୁଣ୍ଡି , ୧୬/୧୨(ପ୍ରଭାତ ପାତ୍ର)ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକରଣ ସାହିରେ ଆୟୋଜିତ ହୋଇଥିଲା ନିତ୍ୟାନନ୍ଦ ପାଠାଗାରର ଷଷ୍ଠ ବାର୍ଷିକ ମୋହଛବ। ଏହି ମୋହଛବରେ ପାଠାଗାରର ସଭାପତି ଗୈାରହରି ପଟ୍ଟନାୟକଙ୍କ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଏହି ପାଠାଗାରକୁ ଗବେଷଣା କେନ୍ଦ୍ର କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି କରିବା ପରେ ଆବଶ୍ୟକ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବହୁମୁଖୀ ପ୍ରତିଭାଧର କନ୍ଦପ ପାତ୍ର ଏବଂ ଭଜଗୋବିନ୍ଦ ପାତ୍ର ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରତିଭା ସମ୍ମାନ ପ୍ରଦାନ କରିବା ବେଳେ ଗୁରୁ କୈଳାସ ଚନ୍ଦ୍ର ଓ ସାଥି ପ୍ରାରଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏହା ପରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗିଙ୍କୁ ଅତିଥି ପୁରସ୍କୃତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୈାରଚନ୍ଦ୍ର ପଣ୍ଡା,ରାଜକୁମାରୀ କଲ୍ୟାଣୀ ଦେବି, ବିଜୟ କୁମାର ଜେନା, ସୂର୍ଯ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପାଠାଗାରର ଉପ-ସଭାପତି ବିଚିତ୍ରାନନ୍ଦ ବେବତାଙ୍କ ସହ ରବିନାରାୟଣ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here