Home ବ୍ରହ୍ମପୁର ସ୍ପେଶାଳ ଗଜପତିରେ ବରିଷ୍ଠ କଳାକାର ସଂଘ ଗଠିତ

ଗଜପତିରେ ବରିଷ୍ଠ କଳାକାର ସଂଘ ଗଠିତ

0
266

ପାରଳାଖେମୁଣ୍ଡି, ୨୨/୧୨(ପ୍ରଭାତ ପାତ୍ର) – ଗଜପତି ଜିଲ୍ଲାରେ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠନ ହୋଇଛି। ଆଜି ସ୍ଥାନୀୟ ବଡ ରାଧାକାନ୍ତ ମଠ ପରିସରରେ ଶତାଧିକ ବରିଷ୍ଠ କଳାକାର ଯୋଗ ଦେଇଥିଲେ। ଜିଲ୍ଲା ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଭାବେ ବାଳକୃଷ୍ଣ ପାତ୍ର, ସଂପାଦକ ଭାବେ ମନୋଜ ପାଣ୍ଡି, ଉପ ସଭାପତି ଭାବେ ଭରତ ଭୂଷଣ ମହାନ୍ତି, ନୃସିଂହ ନନ୍ଦ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଭାବେ ଆଦର୍ଶ ଦାସ, କୋଷାଧ୍ୟକ୍ଷ ଭାବେ ସୁଭ୍ରାଂଶୁ ପଟ୍ଟନାୟକ ପ୍ରମୁଖ ମନୋନୀତ ହୋଇଛନ୍ତି। ଗଜପତି ଜିଲ୍ଲାର ସଂଗୀତ, ନାଟକ, ଲୋକକଳା, ଲୋକନୃତ୍ୟ, ଆଦି ବହୁ ଉଚ୍ଚ କୋଟିର ଥିଲା। ରାଜ୍ୟ ଓ ରାଜ୍ୟ ବାହାରେ ବହୁ ପ୍ରତିଭା ଏ ଗୈାରବ ଅର୍ଜନ କରି ପାରଳା ମାଟି ବହୁ କଳାକାରଙ୍କୁ ପ୍ରତିଷ୍ଠା କରିପାରିଥିଲା। ବର୍ତ୍ତମାନ ସେହି କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଏହାର ଉନ୍ନତି ପାଇଁ ଏହି ସଂଘ ଗଠିତ କରାଯାଇଥିବା କୁହାଯାଇଛି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!