ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ

0
281

ହିଞ୍ଜିଳି,୨୨/୧୨-ଆଜି ସକାଳ ୯ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ରୁ ଶେରଗଡ଼ ବ୍ଲକରେ ଅନୁଷ୍ଠିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ମାରୁଡି ଗ୍ରାମରେ ଏକ ବ୍ୟକ୍ତି ଶିବ ପ୍ରଧାନ ନାମକ ସହ ଏକ ସଡକ ଦୃଘଟଣା ଘଟିଥିଲା ଏହି ସମୟରେ ଗଞ୍ଜାମ ଜିଲ୍ଲାପାଳ ମାନବିକତାର ଉଦାହରଣ ସାଜି ନିଜ ଗାଡିରେ ହିଞ୍ଜିଳିକଟୁ ଡାକ୍ତରଖାନାରେ ଭର୍ତି କରି ନିଜ ଉପସ୍ଥିତ ରହି ଚିକିତ୍ସା କରିଥିଲେ l ଏମିତି ଜିଲ୍ଲାପାଳଙ୍କ ପାଇଁ ଆମ ଓଡ଼ିଆ ଗର୍ବିତ ଓ ଆମେ ଗର୍ବିତ ଅନୁଭବ କରୁଛୁ। ଦୁର୍ଘଟଣାରେ ଜଣେ ବ୍ୟକ୍ତି ଶିବରାମ ପ୍ରଧାନ ଆହତ ହୋଇ ତଳେ ପଡିଥିବା ଜିଲ୍ଲାପାଳ ଦେଖିବାକୁ ପାଇଥିଲେ। ଅନ୍ୟ ପଟେ ସ୍ଥାନୀୟ ଲୋକେ ୧୦୮କୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଆମ୍ବୁଲାନ୍ସ କୁ ଅପେକ୍ଷା ନକରି ମାନବିକତା ଦେଖାଇଲେ ଜିଲ୍ଲାପାଳ। ଆହତ ଶିବରାମଙ୍କୁ ନିଜ ସହକର୍ମୀ ଙ୍କ ସହଯୋଗରେ ନିଜ କାର ରେ ଆଣି ହିଂଜିଳି ମେଡିକାଲରେ ଭର୍ତ୍ତି କରିଥିଲେ।

LEAVE A REPLY

Please enter your comment!
Please enter your name here