୧୧ ବର୍ଷରେ ପାଦ ଥାପିଛି ସାପ୍ତାହିକ ଖବର କାଗଜ ବିବିଧ ସମ୍ବାଦ

0
385

ବ୍ରହ୍ମପୁର,୨୨/୧୨-ବ୍ରହ୍ମପୁର ରୁ ପ୍ରକାଶିତ ହେଉଥିବା ସାପ୍ତାହିକ ପତ୍ରିକା ବିବିଧ ସମ୍ବାଦକୁ ୧୦ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ସ୍ଥାନୀୟ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପରିସରରେ ଏହାର ସ୍ଵନକ୍ଷେତ୍ର ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିବିଧ ସମ୍ବାଦର ସମ୍ପାଦକ ଗୌରାଙ୍ଗ ଚୌଧୁରୀ ଙ୍କ ତତ୍ୱବାଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ଅଧିକାରୀ ମନ ମୋହନ ପାଢ଼ୀ,ସମ୍ମାନିତ ଅତିଥି ଭାବେ ପୂର୍ବତନ ଗଂଜାମ ବିଜେପି ସଭାପତି କାହ୍ନୁ ଚରଣ ପତି, ପୂର୍ବତନ କର୍ପରେଟର ଆର. ମୁରଲୀ ମୋହନ, ଯୁବ ସମାଜସେବୀ ତଥା ଆଇନଜୀବୀ ଲଳିତ ମଙ୍ଗରାଜ, ଯୁବ ସମାଜସେବୀ ନାରାୟଣ ଚୌଧୁରୀ ପ୍ରମୁଖ ମଂଚସିନ ଥିଲେ। ଏହି ଅବସରରେ ଏହି ସମାଜରେ ଖବର କାଗଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଅତିଥି ମାନେ ନିଜ ନିଜର ମତ ପୋଷଣ କରିଥିଲେ। ଏଥି ସହ ମଞ୍ଚରେ ବିବିଧ ସମ୍ବାଦ ପତ୍ରିକାକୁ ଅତିଥି ମାନେ ଉନ୍ମଚନ କରିଥିଲେ।ପରେ ବିବିଧ ସମ୍ବାଦ ପତ୍ରିକାର ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଗ୍ରହଣରେ ପୁରସ୍କୃତ କରାଯାଇଥିଲା। ଏହି ସାଂସ୍କୃତିକ ସନ୍ଧ୍ୟାରେ ଆଲବମ ହିରୋ ତଥା ନିର୍ଦେଶକ ବନ୍ଦୀସ ବିନୟ ସେନ ଓରଫ ଲୁବୁନ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିଲେ। ଏହା ସହ ତାଙ୍କର ଗୋଟିଏ ପରେ ଗୋଟିଏ ହିଟ ଆଧୁନିକ ସଂଗୀତରେ ଦର୍ଶକଙ୍କ ମନ ମୋହିଥିଲେ। ଏଥି ସହ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅମରେନ୍ଦ୍ର ପାଣିଗ୍ରାହୀ, ଚତୁରା ନନ ସାମଲ,ନବକିଶୋର ମହାପାତ୍ର, ସୁଶାନ୍ତ ସାହୁ, ଅନୀଲ ଚୌଧୁରୀ, କାଳୀ କିରଣ ସାହୁ,ସନ୍ତୋଷ ସାହୁ, ଅରୁଣ ପଟ୍ଟନାୟକ, ଲିଲିମା ରାଓ, ନୃସିଂହ ନାଥ ସ୍ୱାଇଁ, ଦିଲୀପ ପାତ୍ର, ଗଣେଶ ପାତ୍ର, ସନତ ପଣ୍ଡା, ରଞ୍ଜନ ସାହୁ, ଅସିତ ପଣ୍ଡା, ସୁମିତ୍ରା ନାୟକ, ଅଜୟ ସାହୁ,ସୁରେଶ ସାହୁ,ସନ୍ତୋଷ ନାୟକ, ବିବେକାନନ୍ଦ ପଟ୍ଟନାୟକ, ଆଶୁତୋଷ ମହାପାତ୍ର, ବସନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here