ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ମାତ ଦେଇ ଦିନିକିଆ ସିରିଜ କବଜା କଲା ବିରାଟ ବାହିନୀ । ରୋହିତ, ରାହୁଲ ଏବଂ ଅଧିନାୟକ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନିର୍ଣ୍ଣାୟକ ମ୍ୟାଚରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।

0
408

କଟକ, ୨୨/୧୨-(ବ୍ୟୁରୋ ରିପୋର୍ଟ)ଆଜି କଟକ ବାରବାଟୀରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ । ବ୍ୟାଟିଂ ଆମନ୍ତ୍ରଣ ପାଇ ପଡିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ ପ୍ରଥମରୁ ଧିମା ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ପରେ ପରେ ବାରବାଟୀରେ ହୋଇଥିଲା ଛକା ଚୌକାର ବର୍ଷା । ନିକୋଲାସ ପୂରନ ଏବଂ ଅଧିନାୟକ କିରଣ ପୋଲାର୍ଡଙ୍କ ରୋମାଞ୍ଚକର ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓି୍ୱକେଟ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା ୱେଷ୍ଟଇଣ୍ଡିଜ ।
ୱେଷ୍ଟଇଣ୍ଡିଜ ପକ୍ଷରୁ ଇଭିନ୍ ଲୁଇସ୍ ୨୧, ଶାଇ ହୋପ୍ ୪୨, ରୋଷ୍ଟନ ଚେଜ୍ ୩୮, ନିକୋଲାସ ପୂରନ ୮୯, ଶିମରନ୍ ହେଟମେୟର ୩୭ ଏବଂ ଅଧିନାୟକ କିରଣ ପୋଲାର୍ଡ ୭୪ ରନ୍ କରିଥିଲେ । ସେହିପରି ଭାରତ ପକ୍ଷରୁ ନବଦୀପ ସଇନି ୨ଟି ଓି୍ୱକେଟ୍ ନେଇଥିବା ବେଳେ ସାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱକେଟ୍ ଅକ୍ତିଆର କରିଥିଲେ । ତେବେ ୩୧୬ ରନର ବିଜୟଲକ୍ଷ୍ୟକୁ ପିଛା କରି ୪ ୱିକେଟରେ ବାଜି ମାରିଲା ଭାରତ ।

LEAVE A REPLY

Please enter your comment!
Please enter your name here