ଆଧ୍ୟାତ୍ମିକ ପତ୍ରିକା ବୈତରଣୀର ବନ୍ଧୁ ମିଳନ ଓ ଓଡ଼ିଶା ଫାଇଲ୍ସ ଜାନୁୟାରୀ ୨୦୨୦ସଂଖ୍ୟା ଉନ୍ମୋଚନ।

0
340

 

ବ୍ରହ୍ମପୁର ୧।୧।୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହରେ ଶ୍ରୀ ମା ବାରାହୀ ଦିବ୍ୟଚେତନା ପରିଷଦ ଆନୁକୂଲ୍ୟରେ ଆୟୋଜିତ ବୈତରଣୀର ପ୍ରତିଷ୍ଠାତା ଗୁରୁଶ୍ରୀ ଗୌରୀଶଂକର ପାଢୀ ଜନ୍ମୋତ୍ସବ ଏବଂ ଇଂରାଜୀ ନବବର୍ଷ ଉପଲକ୍ଷେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାସିକ ପତ୍ରିକା ‘ଓଡ଼ିଶା ଫାଇଲସ୍’ ଜାନୁୟାରୀ ୨୦୨୦ ସଂଖ୍ୟା ଉନ୍ମୋଚନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସ୍ୱୟଂସିଦ୍ଧା ସ୍ୱର୍ଣପ୍ରଭା ପାଢୀ। ମଞ୍ଚାସୀନ ଥିଲେ ଡାକ୍ତର ଚନ୍ଦ୍ରମଣି ସ୍ୱାଇଁ। ଭଜନ ପରିବେଷଣ କରିଥିଲେ ବି ସତ୍ୟମ୍ ଆଚାରୀ, ସୁଧାଞ୍ଜଳୀ ମିଶ୍ର, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ଏବଂ ଅନେକ ଭକ୍ତବୃନ୍ଦ ପରିଚାଳନା କରିଥିଲେ ସମ୍ପାଦିକା ସ୍ମୃତି ପଟ୍ଟନାୟକ, ସହ ସମ୍ପାଦକ ନରେଶ କୁମାର ବେହେରା, ଅମରେଶ୍ୱର ସାହୁ ଓ ସାଥୀମାନେ ଏବଂ ଦିବ୍ୟଚେତନା ପରିବାର ର ଶତାଧିକ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here