ନୂଆବର୍ଷ ରେ ପ୍ରଥମ ଦିନ ରେ ଘଟିଲା ଅଘଟଣ । ବ୍ରିଜ୍ ତଳକୁ ଖସିଲା ପଡିଲା ୨ଟି ବାଇକ୍ ରେ ୫ ସାଙ୍ଗ। ୩ ମୃତ, ୨ ଗୁରୁତର ଅବସ୍ଥା ରେ ଉଦ୍ଧାର

0
302
  1. ଦିଗପହଣ୍ଡି, ୦୧/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ନୂଆ ବର୍ଷ ର ପ୍ରଥମ ଦିନ ରେ ଘଟିଛି ଏକ ବଡ ଅଘଟଣ।ଆଜି ସଂନ୍ଧ୍ଯା ସାଢେ ୭ ଟା ସମୟ ରେ ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡ଼ା ବ୍ରିଜ ର ୩୦ ଫୁଟ ତଳକୁ ଖସିଲା ପଡିଲା ୨ ଟି ବାଇକ। ୨ ବାଇକ୍ ଯାଉଥିବା ୫ ଯୁବକ ପଦ୍ମତୋଳା ଠାରୁ ରାଇଝୋଳ ଫେରିବା ରାସ୍ତା ରେ ଘଟିଛି ଏହି ଅଘଟଣ। ୫ଯୁବକ ମଧ୍ଯ ରୁ ୩ ମୃତ ହୋଇଥିବା ବେଳେ ୨ ଗୁରୁତର ଅବସ୍ଥା ରେ ଉଦ୍ଧାର ହୋଇଥିବା ଜଣାଯାଇଛି। ମୃତକ ମଧ୍ଯ ରେ ସନ୍ତୋଷ ଗୌଡ(୩୨ବର୍ଷ), ବାବୁଲା ଗୌଡ(୨୯ବର୍ଷ), ଜିତୁ ଗୌଡ(୨୭ବର୍ଷ) ହୋଇଥିବା ବେଳେ, ଗୁରୁତର ଭାବେ ମିଟୁ ଗୌଡ (୩୦ବର୍ଷ) ଏବଂ ଶିବରାମ ସ୍ବାଇଁ ବୋଲି ଦିଗପହଣ୍ଡି ଥାନା ଅଧିକାରୀ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here