ଗଞ୍ଜାମ ଜିଲ୍ଲା ସ୍ତରୀୟ କୃଷି ମେଳା ଛତ୍ରପୁରରେ ଅନୁଷ୍ଠିତ।

0
294

ଛତ୍ରପୁର,୦୫/୦୧/୨୦୨୦(ବ୍ୟୁରୋ ରିପୋର୍ଟ): କୃଷିକୁ ଅଧିକ ଲୋକାଭିମୁଖୀ କରିବାପାଇଁ ଛତ୍ରପୁର ଠାରେ ତିନି ଦିନ ଧରି ଗଞ୍ଜାମ ଜିଲ୍ଲା ସ୍ତରୀୟ କୃଷିମେଳା ଅନୁଷ୍ଠିତ ହେବ । ଜାନୁୟାରୀ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନସ୍ଲୋ ହାଇସ୍କୁଲ ପଡିଆରେ ଏହି ମେଳାର ଆୟୋଜନ କରାଯାଉଛି । କୃଷି ସହିତ ଅାନୁସାଙ୍ଗିକ ବିଭାଗ ଯଥା ଉଦ୍ୟାନକୃଷି, ଜଳଚ୍ଛାୟା ପ୍ରକଳ୍ପ, ପ୍ରାଣୀ ସମ୍ପଦ, ମତ୍ସ୍ୟ ବିଭାଗ, ଓଡିଶା ଜୀବିକା ମିଶନ୍, ମିଶନ୍ ଶକ୍ତି, ସମବାୟ ବିଭାଗ ଓ ବିଭିନ୍ନ ବ୍ୟାଙ୍କ ଏହି ମେଳାରେ ଅଂଶ ଗ୍ରହଣ କରିବେ । ଏଥିପାଇଁ ୭୦ ଗୋଟି ଷ୍ଟଲ୍ ଆୟୋଜିତ ହେବ । ବିଭିନ୍ନ ରାସାୟନିକ ସାର କମ୍ପାନୀ ଓ ପ୍ରାଣୀ ଚିକିତ୍ସା ଔଷଧ କମ୍ପାନୀ ମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ କରିବେ । ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ଓ ବୈଷୟିକ ଚାଷ ପ୍ରଣାଳୀ ମଧ୍ୟ ପ୍ରଦର୍ଶୀତ ହେବ । ଗଞ୍ଜାମର ଛତୁ ଉତ୍ପାଦକ ସଂଘ ଓ ଫୁଲଚାଷୀ ସଂଘ ଏଥିରେ ଅଂଶ ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here