ଉତ୍କଳ ବରପୁତ୍ର ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜୟନ୍ତୀ ପାଳିତ

0
440

ଛତ୍ରପୁର ତା.୧୩.୧ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଉତ୍କଳ ବରପୁତ୍ର ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୦ ତମ ଜୟନ୍ତୀ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ରାଜାସାହେବଙ୍କ ତୈଳ ଚିତ୍ରରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଲୋକ ସମ୍ପର୍କ ଅଧିକାରୀ ଉତ୍କଳ ବରପୁତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ମୃତି ଚାରଣ କରିବା ସହ ମର୍ଦ୍ଦରାଜଙ୍କ ଉତ୍କଳ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ । ରାଜା ସାହେବ ପିଲାଦିନରୁ ପାରିବାରିକ ସଂସ୍କାର, ତ୍ୟାଗ, ସ୍ବାଭିମାନ ଓ ଉତ୍ସର୍ଗୀକୃତ ଜୀବନଯାପନ କରିଥିଲେ । ମାତ୍ର ଏକୋଇଶି ବର୍ଷ ବୟସରେ ବ୍ରିଟିଶ୍ ସରକାରଙ୍କ ଠାରୁ ଇଷ୍ଟେଟ୍ ର ଦାୟୀତ୍ବ ଗ୍ରହଣ କରିଥିଲେ । ସେ ପିଲାଟି ଦିନରୁ ବିଚକ୍ଷଣ ପ୍ରତିଭା ଓ ଦୂରଦୃଷ୍ଟି ଅଧିକାରୀ ହୋଇପାରିଥିଲେ । ଜୀବନ ପ୍ରତି ସକାରାତ୍ମକ ଆଭିମୁଖ୍ୟ ରାଜା ସାହେବଙ୍କୁ ଏକ ନିଆରା ବ୍ୟକ୍ତିତ୍ବର ଅଧିକାରୀ କରିପାରି ଥିଲା । ସ୍ବତନ୍ତ୍ର ଉକତ୍କଳ ପ୍ରଦେଶ ଗଠନରେ ତାଙ୍କ ଅବଦାନ ଅତୁଳନୀୟ । କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାକୁ ସେ ସର୍ବଦା ପ୍ରାଥମିକତା ଦେଇ ଆସୁଥିଲେ । ଖଲ୍ଲିକୋଟ ରାଜ ବଂଶର ସମର୍ଥ ଦାୟାଦ ରୂପେ ଏକ ଇଜ୍ଜଳ ପରମ୍ପରା ସେ ସୃଷ୍ଟି କରିପାରିଥିଲେ । ମୁଖ୍ୟ ବକ୍ତା ଭାବେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ରାଜବାହାଦୂରଙ୍କ ଦେଶପ୍ରେମ ଓ ଜାତୀୟତାବାଦୀ ଚେତନା ର ଭୂୟସୀ ପ୍ରଶଂସା କରିଥିଲେ । ଉତ୍କଳ ପ୍ରଦେଶ ଗଠନରେ ରାଜା ସାହେବଙ୍କ ଅବଦାନ ଅବିସ୍ମରଣୀୟ । ଗଞ୍ଜାମ ଜାତୀୟ ସମ୍ମିଳନୀ ଏବଂ ଉତ୍କଳ ସମ୍ମିଳନୀ ଶୁଭାରମ୍ଭର ପରିକଳ୍ପନା ରମ୍ଭା ରାଜପ୍ରାସାଦରେ ହିଁ ହୋଇଥିଲା । ଗଞ୍ଜାମ ଜିଲ୍ଲା ବୋର୍ଡର ଜାତୀୟତାବାଦୀ ସଭାପତି ଭାବେ ରାଜା ସାହେବ ରାସ୍ତା ଓ ସେତୁ ନିର୍ମାଣ କରି ଗମନା ଗମନ ବ୍ୟବସ୍ଥାକୁ ସୂଦୃଢ କରିପାରିଥିଲେ । ଲଣ୍ଡନଠାରେ ଅନୁଷ୍ଠିତ ଗୋଲଟେବୁଲ ବୈଠକରେ ଯୋଗଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସ୍ବତନ୍ତ୍ର ଯୁକ୍ତି ଉପସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା,ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁବର୍ଣ୍ଣମାଳା ବିଷୋୟୀ, ଅବସରପ୍ରାପ୍ତ ଏସ୍. ଆଇ. ଅଫ୍ ସ୍କୁଲସ୍ ଲକ୍ଷ୍ମଣ ପଣ୍ଡା ପ୍ରମୁଖ ଯୋଗଦାନ କରି ରାଜାସାହେବଙ୍କ ସ୍ମୃତି ଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here