ବ୍ରହ୍ମପୁର , ୧୩/୦୧/୨୦୨୦(ବ୍ୟୁରୋ ରିପୋର୍ଟ)ଚଳିତ ମାସ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଝାରସୁଗୁଡାଠାରେ ଅନୁଷ୍ଠିତ ହୋଇଯାଇଥିବା ଦ୍ୱିତୀୟ ପୂର୍ବାଞ୍ଚଳ ପିନକାକ୍ ସିଲେଟ୍ କରାଟେ ଚମ୍ପିଆନସିପ୍ -୨୦୨୦ । ଏହି ଚମ୍ପିଆନସିପରେ ବ୍ରହ୍ମପୁର ସହରର ବାସୁଦେବନଗର ମା ସରସ୍ୱତୀ ଶିଶୁ ମନ୍ଦିରର ୫ ଜଣ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ଖେଳାଳୀ ଉତ୍ତମ ପ୍ରଦର୍ଶନ କରି ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ୭ ଟି ରାଜ୍ୟର ଖେଳାଳୀ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ଉଚ୍ଛକୋଟୀର ଖେଳ ପ୍ରଦର୍ଶନ କରି ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଚାରୋଟି ବ୍ରୋଞ୍ଜ୍ ପଦକ ହାସଲ କରିପାରିଛନ୍ତି । ସପ୍ତମ ଶ୍ରେଣୀର ଛାତ୍ର ରୁଦ୍ର ପ୍ରସାଦ ନନ୍ଦ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ଷଷ୍ଠ ଶ୍ରେଣୀର ଛାତ୍ର ବିଥଲ ମିଶ୍ର , ନବମ ଶ୍ରେଣୀର ଛାତ୍ର ସୁରଜ ମହାରାଣା, ସପ୍ତମ ଶ୍ରେଣୀର ଛାତ୍ର ସୂର୍ଯ୍ୟାଶୁ ଦଳବେହେରା ଓ ଅଷ୍ଟମ ଶ୍ରେଣୀର ଛାତ୍ରୀ ଶ୍ରୁତିକା ଦାଶ ବ୍ରୋଞ୍ଜ ପଦକ ପାଇଛନ୍ତି । ଆଜି ଏହି ଖେଳାଳୀମାନେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ପୁଷ୍ପଗୁଚ୍ଛ ଦେଇ ସମସ୍ତଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । କରାଟେ କୋଚ୍ ବିପିନ୍ ନାୟକ ଓ ସନାତନ ନାୟକଙ୍କ ତତ୍ତ୍ୱବଧାନରେ ଏହି ଖେଳାଳୀମାନେ ସଫଳତା ହାସଲ କରିଥିବା ବେଳେ ଆଗାମୀ ଦିନରେ ଝାଡଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ଆଉ ଏଥିରେ ମଧ୍ୟ ନିଶ୍ଟୟ ସଫଳତା ହାସଲ କରିବେ ବୋଲି ଉଭୟ ଖେଳାଳୀ ଓ କୋଚ୍ ପ୍ରକାଶ କରିଛନ୍ତି । ଆଉ ଏହି ସଫଳତାର ଶ୍ରେୟ ନିଜ ପରିବାର ବର୍ଗ ଓ କୋଚଙ୍କୁ ଶ୍ରେୟ ଦେଇଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ *ଦ୍ୱିତୀୟ ପୂର୍ବାଞ୍ଚଳ ପିନକାକ୍ ସିଲେଟ୍ ଚମ୍ପିଆନସିପରେ ବ୍ରହ୍ମପୁରର 5ଜଣ ଖେଳାଳୀଙ୍କ ପଦକ ହାସଲ ...