ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ଯ ସ୍ତରୀୟ ଜୟନ୍ତୀ ପାଳିତ

0
394

ଭୂବନେଶ୍ୱର,୧୪/୦୧/୨୦୨୦(ବ୍ୟୁରୋ ରିପୋର୍ଟ)ଗତକାଲି ସନ୍ଧ୍ୟାରେ ଭୁବନେଶ୍ଵର ସ୍ଥିତ ଜୟଦେବ ଭବନ ପରିସରରେ ଓଡିଶା ସୂଚନା ଲୋକସଂପର୍କ ବିଭାଗ ଏବଂ ପୂଜ୍ଯ ପୂଜା ସାହିତ୍ୟ ସଂସଦ ର ମିଳିତ ଆନୁକୂଲ୍ୟରେ ଓଡ଼ିଶା ର ବରପୁତ୍ର ରାଜା ରାମ ଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ଖଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ଯ, କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ପ୍ରମୂଖ ଯୋଗ ଦେଇ ଶ୍ରୀ ଦେଓ ଙ୍କ ଜୀବନୀ ଏବଂ ତାଙ୍କର ଅବଦାନ ବିଷୟରେ କହିଥିଲେ । ଏଥିରେ ସୂଚନା ଲୋକସଂପର୍କ ବିଭାଗ କମିଶନର ତଥା ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂଜ୍ୟ ପୂଜା ସାହିତ୍ୟ ସଂସଦ ର ସଂପାଦକ ଶ୍ରୀଯୁକ୍ତ ମହେଶ୍ଵର ବରାଡ଼ ଧନ୍ଯବାଦ ଅର୍ପଣ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ନେତୃବୃନ୍ଦ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ଶେଷ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here