ପାରଳାଖେମୁଣ୍ଡି, ୧୪/୦୧/୨୦୨୦(ପ୍ରଭାତ ପାତ୍ର)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରୁ ଜିଲ୍ଲା ପରିବହନ ବିଭାଗ ତରଫରୁ ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ମୋଟର ସାଇକେଲ ଶୋଭାଯାତ୍ରା ବାହାରି ପାରଳାଖେମୁଣ୍ଡି ସହର ପରିକ୍ରମା କରି ଥିଲେ। ଏହି ଶୋଭାଯାତ୍ରାକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ବୋହୁ ପୋଲିସ କର୍ମଚାରୀଙ୍କ ସହ ପୈାର ପରିଷଦର କର୍ମଚାରୀ, ସାମ୍ବାଦିକ ବନ୍ଧୁ ଓ ସାଧାରଣ ଲୋକ ମାନେ ମଧ୍ୟ ଭାଗ ନେଇଥିଲେ। ଏହି ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଡକ ସୁରକ୍ଷା ନେଇ ବିଭିନ୍ନ ଟ୍ରାଫିକ ନିୟମ ମାନିବା ପାଇଁ ସଚେତନତା କରାଯିବା ସହ ମଟର ସାଇକେଲରେ ଫ୍ଲା କାଡ ବାନ୍ଦି ଟ୍ରାଫିକ ନିୟମ ଉପରେ ସଚେତନତା କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ହେଲମେଟ ପରିଧାନ କରିଥବା ଗାଡିଚାଳକ ମାନଙ୍କୁ ଥାନା ସମ୍ମୁଖରେ ଚକ୍ ଲେଟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଯାନବାହାନ ନିରୀକ୍ଷକ ବସନ୍ତ ମହାପାତ୍ର, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।