ଗଡିଲା ସମ୍ପର୍କ ରଥ

0
354

ପାରଳାଖେମୁଣ୍ଡି , ୧୬/୦୧/୨୦୨୦(ପ୍ରଭାତ ପାତ୍ର)ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜି, ଜିଲ୍ଲା ବ୍ୟାପି ଜନ ସଚେତନତା ପାଇଁ ବାହାରି ଥିବା ସମ୍ପର୍କ ରଥ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି ଆଓ ଓ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଯୋଗଦେଇ ମିଳିତ ଭାବେ ଉଭୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଅନୁପମ ସାମ୍ବାଦିକ ମାନଙ୍କୁ ସମ୍ପର୍କ ରଥ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ ଏହି ସମ୍ପର୍କ ରଥ ଏସିସି-ଏସିଟି ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟତଃ ଭାବେ ସରକାରଙ୍କ ୫-ଟି ରେ ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ସେ ସମ୍ପର୍କରେ ଜିଲ୍ଲା ବାସୀଙ୍କୁ କିଭଳି ପହଞ୍ଚା ଯାଇପାରିବ ସେଥିପାଇଁ ଏହି ସମ୍ପର୍କ ରଥ ଗୁଡିକୁ ଶୁଭାରମ୍ଭ କରାଯାଇଛି। ଏହି ସମ୍ପର୍କ ରଥ ଜିଲ୍ଲାର ପ୍ରତେକ ବ୍ଲକ ଗୁଡିକୁ ଯାଇ ସରକାରଙ୍କ ୫-ଟି ରେ ରହିଥିବା କାର୍ଯ୍ୟକ୍ରମ ଗୁଡିକ ଉପରେ ପ୍ରଚାର କରିବା ସହ ଲୋକଙ୍କୁ ଆଜିଠାରୁ ଆରମ୍ଭ କରି ଏହା ୧୦ ଦିନ ଧରି ଅବଗତ କରାଇ ସଚେତନତା କରାଇବ। ସରକାରଙ୍କ ୫-ଟି ଯେଉଁ ଚାଲିଛି ଏସିଟି-ଏସସି ଉନ୍ନୟନ ବିଭାଗ ମାଧ୍ୟମରେ ଏବଂ ଏସଡିସି ଓ ମଙ୍ଗଳ ବିଭାଗ ପକ୍ଷରୁ ଟ୍ରାଇବାଲ ହଷ୍ଟେଲ ସବୁ ଚାଲୁଛି ତାହା ବ୍ୟତୀତ ଏସଡିସି ପକ୍ଷରୁ ଆମର କାର୍ଯ୍ୟକ୍ରମ ସବୁ କରାଯାଇଛି ଯେମିତିକି ପୂଜାସ୍ଥଳି ମାନଙ୍କର ପୂନଃଉଦ୍ଧାର ଓ ସୈନ୍ଧର୍ଯ୍ୟ କରଣ, ତା ସହିତ ଆମର ଯାହାବି ସିଭିଲ କନଷ୍ଟକସନ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ସବୁ ବିଭିନ୍ନ ଯୋଜନା ମାଧ୍ୟମରେ ହୋଇଛି ସେ ସବୁ ଗୁଡିକ ଉପରେ ସମସ୍ତ ଜନ ସାଧାରଣ କିଭଳି ସମ୍ପୂର୍ଣ୍ଣ ଭାବେ ଅବଗତ ହେବା ସହ ସଚେତନତା ହେବେ ଏବଂ ହଷ୍ଟେଲରେ ଯେଉଁ ପିଲାମାନେ ରହୁଛନ୍ତି ସେମାନଙ୍କ ସ୍କୁଲରସିପି ଏବଂ ଅନ୍ୟାନ୍ୟ ସମସ୍ତ ବିଷୟ ସମ୍ପର୍କରେ ସଚେତନତା କରାଯିବ। ଏ ସମ୍ପର୍କରେ ଜିଲ୍ଲା ବାସୀଙ୍କୁ କିଭଳି ଜାଣିପାରିବେ ଏବଂ ଲୋକ ବିଦେଶ ଭାବରେ ଏଥିପ୍ରତି ଉପକୃତ ହୋଇପାରିବେ ସେ ଦିଗରେ ଏ ସବୁର ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ଏହି ସମ୍ପର୍କ ରଥ ଶୁଭାରମ୍ଭରେ ଅନ୍ୟ ମାନଙ୍କୁ ମଧ୍ୟରେ ଗୁଣୁପୁରଉପ-ଜିଲ୍ଲାପାଳ ବିଏସ ବଳରାମ, ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଞାନରଞ୍ଜନ ଭଞ୍ଜଦେଓ, ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶେଷଦେବ ମିଶ୍ର, ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୋରର କୁମାର ବେହେରା, ଡିସିପିୟୁ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here