ବ୍ରହ୍ମପୁର, ୨୦/୦୧/୨୦୨୦(ହିମାଂଶୁ ଶେଖର ସାବତ) ଜିଲ୍ଲା ପ୍ରାଧୀକରଣ ଆନୁକୂଲ୍ୟରେ, କୋର୍ଟ ପରିସରସ୍ଥ ସମ୍ମଳନୀ କକ୍ଷରେ କିନ୍ନରମାନଙ୍କ ନିମନ୍ତେ ଆଇନ ସଚେତନତା ଶିବିର ଆୟୋଜନ ହୋଇଥିଲା। ଏଥି ରେ ମୂଖ୍ଯ ଅତିଥି ରୂପେ ପ୍ରଥମ ଏଡିଜେ ଡକ୍ଟର ପ୍ରସନ୍ନ କୁମାର ପଣ୍ଡା, ଫ୍ୟାମିଲି କୋର୍ଟ ଜଜ୍ ଶ୍ରୀମତୀ ପ୍ରଞା ପାଣିଗ୍ରାହୀ, ସିଭିଲ୍ କୋର୍ଟ ରେଜିଷ୍ଟର ଶ୍ରୀ ଅମିତ ଏସ କେ ସେଠ, ଅତିରିକ୍ତ ସିଭିଲ୍ ଜଜ୍ ଜନ୍ମେଜୟ ଦାସ, ଆଇନ ପ୍ରାଧୀକରଣ ସଚିବ ବିଜୟ କୁମାର ଦାସ, ଜୁନିଅର ଡିଭିଜନ ସିଭିଲ୍ ଜଜ୍ ଶ୍ରୀଦୀପ ମିଶ୍ର, ଜେଏମଏଫସି ଶ୍ରୀ ଦୀପ୍ତି ରଞ୍ଜନ ଦାସ ପ୍ରମୂଖ ମଚାଂସିନ ଥିଲେ ଏବଂ ଏହାସହ ଅନ୍ୟାନ୍ୟ ବିଚାରପତି ମାନେ, ପ୍ୟାନେଲ ଓକିଲ, ପାରା ଲିଗାଲ ଭଲ୍ୟୁଣ୍ଟିଅର ଓ ବହୁ ସଂଖ୍ଯକ କିନ୍ନର ମାନେ ଯୋଗଦାନ କରିଥିଲେ। କିନ୍ନର ମାନେ ନିଜର ନ୍ୟାଯ୍ୟ ଦାବୀ ପାଇବାରେ ସମ୍ମଖୀନ ହେଉଥିବା ବିଭିନ୍ନ ସମସ୍ଯା ବିଷୟରେ ଆଲୋଚନା ହେବାସହ ଆଇନସେବା ପ୍ରାଧୀକରଣ ଏଦିଗରେ ଥିବା ବିଭିନ୍ନ ସକ୍ରିୟ ଭୂମିକା ବିଷୟରେ ଆଲୋଚନା ହୋଇଥିଲା।