ଜିଲ୍ଲା ସ୍ତରୀୟ ପଲସ୍-ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ

0
351

ପାରଳାଖେମୁଣ୍ଡି, ୨୦/୦୧/୨୦୨୦(ପ୍ରଭାତ ପାତ୍ର) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତ କାଲି ଜିଲ୍ଲା ବ୍ୟାପି ୩ ଦିନିଆ ପଲସ୍-ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆୟୋଜନ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାଃ . ଗଣୁରାଣୀ ପଟ୍ଟନାୟକଙ୍କ ସଭାପତିତ୍ବ କରି କହିଥିଲେ ଯେ ଏହି ପଲସ୍-ପୋଲିଓ କାର୍ଯ୍ୟକ୍ରମରେ ୫ ବର୍ଷରୁ କମ ବୟସର ପିଲାମାନଙ୍କୁ ଦୁଇ ଡ୍ରପ ପୋଲିଓ ବୁନ୍ଦା ଖୁଆଜିବ। ଏଥିପାଇଁ ଜିଲ୍ଲାରେ ମୋଟ ୭୨,୮୧୭ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ ଧାର୍ଯ୍ୟ ରହିଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ଶିଶୁମାନେ ପୋଲିଓ ବୁନ୍ଦା ଖାଇବା ଦ୍ଵାରା ସ୍ଵାସ୍ଥ୍ୟରେ କୈାଣସି ଅଙ୍ଗ ବଙ୍କାକି ପୋଲିଓ ନହୋଇ ସୁସ୍ଥ ରହିବ।ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବା ଏବଂ ଶିଶୁସ ସୁସ୍ଥ ରହିବା ଦିଗରେ ମା ମାନେ ଅଧିକ ଯତ୍ନବାନ ହେବାକୁ ଆହ୍ବାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଞାନରଞ୍ଜନ ଭଞ୍ଜଦେଓ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାଃ. ମହମ୍ମଦ ମୁନିର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡକ୍ଟର ପ୍ରଦୀପ କୁମାର ପାତ୍ର, ଶିଶୁ ବିଶେଷଜ୍ଞ ଡଃ. ପ୍ରଶାନ୍ତ କୁମାର ପାଢୀ, ସହରା ଅଞ୍ଚଳର ସ୍ୱାସ୍ଥ୍ୟ ମିଶନର ଏପିଏମ ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ମଞ୍ଚାସୀନ ରହି ପଲସ୍ ପୋଲିସର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଆର୍ ସିଏଚ୍ ର ଉପ-ପରିଚାଳକ ଶୁସାନ୍ତ କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ବେଳେ ନେତ୍ରାନନ୍ଦ ଶତପଥୀ ଉପସ୍ଥିତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମାଆ ଓ ଶିଶୁ ମାନେ ଉପସ୍ଥିତ ଥିଲେ। ସଭା କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ବିଧାୟକ କେ ନାରାୟଣ ରାଓଙ୍କ ସମେତ ସମସ୍ତ ମଞ୍ଚାସିନ ଅତିଥି ମାନେ ଶିଶୁ ମାନଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଇଥିଲେ।

LEAVE A REPLY

Please enter your comment!
Please enter your name here