ବ୍ରହ୍ମପୁର, ୨୧/୦୧/୨୦୨୦(ଟୁକୁନା ପ୍ରଧାନ)ଜଳ କର୍ମଚାରୀ
ମାନଙ୍କ ବିଭିନ୍ନ ସମସ୍ୟା ବିଶେଷ କରି ରେଗୁଲାର
କର୍ମଚାରୀ ମାନଙ୍କ ଆର୍ ଏସ୍ ପି ସମସ୍ୟା ସମାଧାନ।ଓ୍ବାର୍କଚାର୍ଯ କର୍ମଚାରୀ ମାନଙ୍କୁ ରେଗୁଲାର
କର୍ମଚାରୀ ମାନ୍ୟତା ପ୍ରଦାନ ସହ ଇପିଏଫ୍ ସମସ୍ୟା
ସମାଧାନ, ଏବଂ ଏନ୍ ଏମ୍ ଆର୍ ଓ ହେଚ୍ ଆର୍
କର୍ମଚାରୀ ମାନଙ୍କୁ ସରକାରୀ ଅନୁମୋଦିତ
ବେତନ ପ୍ରଦାନ ଇତ୍ୟାଦି ସମସ୍ୟା ର ସମାଧାନ
ପାଇଁ ଓଡିଶା ପାଇପ ଜଳ କର୍ମଚାରୀ ସଂଘର
ଏକ ଆଲୋଚନା ବୈଠକ ସ୍ଥାନୀୟ ଜୀବନ କ୍ଳବ୍
ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଖଣ୍ଡ ସମ୍ପାଦକ
ଆମ୍ବିରୀ ଯେନାଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି
ସଭାରେ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ
ଶ୍ରୀପଲ୍ଲବ ସଭାପତିତ୍ବ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରୀ ସଭାପତି କବିରାଜ ସାହୁ,କାର୍ଯକାରୀ
ଉପସଭାପତି ରବିକୁମାର ପାଣିଗ୍ରାହୀ ଏବଂ ଉପସଭାପତି ଟୁନା ପଣ୍ଡା ପ୍ରମୁଖ ଅତିଥି ଭାବରେ
ଯୋଗଦାନ କରି ଆଲୋଚନା ରେ ଅଂଶ ଗ୍ରହଣ କରି
ସମସ୍ୟା ସମାଧାନ ହେଉନଥିବାରୁ ବିଭାଗ କୁ
ତୀବ୍ର ସମାଲୋଚନା କରିଥିଲେ। କର୍ମଚାରୀ ମାନଙ୍କ
ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ
ଆନ୍ଦୋଳନ ନିଶ୍ଚିତ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ସଂଘ ର କେନ୍ଦ୍ର
କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ କୋଷାଧ୍ୟକ୍ଷ ରଘୁନାଥ ପାତ୍ର,ଯୁଗ୍ମ ସମ୍ପାଦକ ହରିହର ବେହେରା ପୂର୍ଣ୍ଣଚନ୍ଦ୍ର କୋଠିଆ ,ଗିରିଜା ପ୍ରସାଦ ସିଂହ, ଜି.ଭେଙ୍କଟ,ଚନ୍ଦ୍ର
ମୋହନ ମାଝୀ ଙ୍କ ସମେତ ଶତାଧିକ କର୍ମଚାରୀ
ଉପସ୍ଥିତ ରହିଥିଲେ।କାର୍ଯ୍ୟାଳୟ ସମ୍ପାଦକ
ବାଳକୃଷ୍ଣ ଚୌଧୁରୀ ପରିଚାଳନା ରେ ସହଯୋଗ
କରି ଧନ୍ୟବାଦ ଅର୍ପଣ କରିଥିଲେ।