ଜାଲ ନୋଟ କାରବାର’ରେ ଗଜପତି ଜିଲ୍ଲାର ୩ ଜଣ ଆନ୍ଧ୍ର ପୋଲିସ ଦ୍ୱାରା ରେଂଗୁଲୁ ପାଡୁ ଅଂଚଳ’ରୁ ଗିରଫ

0
224

ପାରଳାଖେମୁଣ୍ଡି, ୨୨/୦୧/୨୦୨୦(ପ୍ରଭାତ ପାତ୍ର)-ଜାଲ ନୋଟ କାରବାର’ରେ ସମ୍ପୃକ୍ତ ଥିବା ଗଜପତି ଜିଲ୍ଲା’ର ୩ ଜଣ ଆନ୍ଧ୍ର’ର ରେଙ୍ଗୁଲୁ ପାଡୁ ଅଞ୍ଚଳରୁ ଧରାପଡି ଆନ୍ଧ୍ର ପୋଲିସ ଦ୍ୱାରା ଗିରପ ହୋଇଥିବା ଜଣାପଡିଛି ।
ଏ ସମ୍ପର୍କରେ ପଡୋଶୀ ଆନ୍ଧ୍ର’ର ଶ୍ରୀକାକୁଲମ ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ’ଙ୍କ କାର୍ଯ୍ୟଳୟ ଠାରେ ଜାଲ ନୋଟ କାରବାର ଓ ଏଥିରେ ସମ୍ପୃକ୍ତ ଥିବା ରାକେଟ ଧରା ପଡିଥିବା ନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ’ରେ କୁହା ଯାଇଥିବା ଜଣାଯାଇଛି ।
ଘଟଣା’ରୁ ପ୍ରକାଶ ଯେ , ଗତ ୪ ଦିନ ପୂର୍ବେ ମଧ୍ୟାହ୍ନ ସମୟ’ରେ ପଡୋଶୀ ଆନ୍ଧ୍ର’ର ପଲାସା ମଣ୍ଡଳମ ଅନ୍ତର୍ଗତ କାଶୀବୁଗା ଥାନା’ର ଥାନାଧିକାରୀ କୋଣସି ଏକ ସୂତ୍ରରୁ ଖବର ପାଇଲେ ଯେ , ଓଡିଶା(ଗଜପତି)–ଆନ୍ଧ୍ର ସୀମାନ୍ତରେ ଥିବା ସେହି କାଶୀବୁଗା ଥାନା ଅନ୍ତର୍ଗତ ରେଙ୍ଗୁଲୁ ପାଡୁ ଗ୍ରାମ ନିକଟସ୍ଥ’ରେ ଚାଲିଥିବା ମହେନ୍ଦ୍ର ତନୟା ଜଳସେଚନ ପ୍ରକଳ୍ପ ନିର୍ମାଣ ସ୍ଥଳ ଅଞ୍ଚଳ’ରେ ୬ ଜଣ ବ୍ୟକ୍ତି ଏକ ବଡ ଧରଣର ଜାଲ ନୋଟ କାରବାର କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର’ର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ।
ତତ-କ୍ଷଣାତ କାଶୀବୁଗା ଥାନା ପୋଲିସ ପକ୍ଷରୁ ସମ୍ପୃକ୍ତ ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରା ଯାଇଥିଲା । ହଠାତ ପୋଲିସ ଚଢ଼ାଉ ପାଇଁ ଆସୁଥିବା ଦେଖି ୬ ଜଣ ଘଟଣା ସ୍ଥଳରୁ ଦୌଡ଼ି ଖସି ପଳାଇବା ପାଇଁ ଉଦ୍ୟମ କରିଥିଲେ , ହେଲେ ପୋଲିସ ସେହି ୬ ଜଣଙ୍କୁ କାବୁ କରି ନେଇଥିଲା । ପୋଲିସ ଦ୍ୱାରା ଧରା ପଡିଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ ଅଭିଯୁକ୍ତ ଗଜପତି ଜିଲ୍ଲାର ବୋଲି ଜଣାପଡିଛି।
ସେହି ୩ ଜଣ ହେଲେ , ଗଜପତି ଜିଲ୍ଲା ଗୁମ୍ମା ଗ୍ରାମ ସ୍ଥିତ ଖ୍ରୀଷ୍ଟିଆନ ସାହି’ର ଶୁରେଶ ପାଣି , ପାରଳାଖେମୁଣ୍ଡି ସହର ସ୍ଥିତ କାମେଶ୍ବର ନଗର’ର ସୁବାଷ ଲିମ୍ମା ଏବଂ ଗୋଷାଣୀ ବ୍ଲକ ଉପଲଡା ଗ୍ରାମ’ର ଏସ: ଭେଁଙ୍କେଟ ରାମାରାଓ ବୋଲି ଜଣାପଡିଛି । ଏଥିରେ ଧରା ପଡିଥିବା ଅନ୍ୟ ୩ ଜଣ ଅଭିଯୁକ୍ତ ହେଲେ ଆନ୍ଧ୍ର’ର ପଲାସା ସ୍ଥିତ ଉଦୟପୁରମ’ର ଆଇ:-ବିଶ୍ଵନାଧମ , ପଲାସା ନିକଟସ୍ତ ପୁରୁଷୋତ୍ତମ-ପୁରମ’ର , ଜଣା ସୁନୀଲ ଏବଂ ପଲାସା ସ୍ଥିତ ଶିବାଜୀ-ନଗରମ’ର କେ:-ଅମିତ ରେଡ୍ଡୀ ବୋଲି ଆନ୍ଧ୍ର’ର ଶ୍ରୀକାକୁଲମ ଥାନା ସୂତ୍ରରୁ ଜଣାପଡ଼ିଛି ।
ଧରାପଡି ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତ’ଙ୍କ ନିକଟରୁ ୧ ଲକ୍ଷ ୮୦ ହଜାର ୪୫୦ ଟଙ୍କା’ର ଜାଲ-ଟଙ୍କା ଏବଂ ଏକ ପ୍ରିଣ୍ଟିଙ୍ଗ ମେସିନ ପୋଲିସ ପକ୍ଷରୁ ଜବତ କରାଯାଇଛି । ସେହିଭଳି ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ଖ୍ରୀଷ୍ଟିଆନ ସାହି’ର ଗିରଫ ଅଭିଯୁକ୍ତ ସୁରେଶ ଠାରୁ ମଧ୍ୟ ଏକ ଜାଲନୋଟ ପ୍ରିଣ୍ଟିଙ୍ଗ ମେସିନ ଜବତ କରା ଯାଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ପୋଲିସ ପଚରା ଉଚୁରା ସମୟ’ରେ ଅଭିଯୁକ୍ତ ଶୁରେଶ କହିଥିଲା ଯେ ୧ ଲକ୍ଷ ଟଙ୍କା’ର ଜାଲନୋଟ କାରବାର କଲେ ତାକୁ ସେଥିରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କମିଶନ ମିଳୁଥିଲା ବୋଲି ପୋଲିସ ଠାରେ ସ୍ୱୀକାର କରି କହିଥିବା ପୋଲିସ ପକ୍ଷରୁ ପ୍ରେସ ବିବୃତି’ରେ କୁହା ଯାଇଛି ।
ଏ ସଂକ୍ରାନ୍ତରେ କାଶୀବୁଗା ପୋଲିସ ଥାନା ପକ୍ଷରୁ ୧୭/୨୦’ରେ ଏକ ମାମଲା ରୁଜୁ କରା ଯାଇଥିବା ବିବୃତି’ରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here