ଜିଲ୍ଲା ଅଗ୍ନିଶମ ବିଭାଗ ଦ୍ବାରା ଉଦ୍ଧାର କୋଶଳ ସଚେତନତା କାର୍ଯ୍ୟକ୍ରମ

0
218

ପାରଳାଖେମୁଣ୍ଡି ,୨୨/୦୧/୨୦୨୦(ପ୍ରଭାତ ପାତ୍ର)ଜାତୀୟ ଅଗ୍ନି ନିରାପତ୍ତା ଓ ଉଦ୍ଧାର ଦିବସ ଅବସରରେ ପାରଳାଖେମୁଣ୍ଡିର ସ୍ଥିତ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ପରିସରରେ ଗଜପତି ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କୈାଶଳ ପ୍ରଦର୍ଶନ ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ବିଭାଗର ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀଙ୍କ ନେତୃତ୍ୱରେ ୧୦ ଜଣ ବିଭାଗୀୟ କର୍ମଚାରୀ ଆସି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ଅଗ୍ନିକାଣ୍ଡ ଓ ଦୁର୍ଘଟଣା ବେଳେ ଗୁରୁତ୍ବର ଆହତ ମାନଙ୍କୁ କିଭଳି ଉଦ୍ଧାର କରିବେ ସେ ସମ୍ପର୍କରେ କହି ତା’ର କୋଶଳ ପ୍ରଦର୍ଶନ କରି ସଚେତନତା କରାଇଥିଲେ। ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟତଃ ସ୍କୁଲରେ କି ଅନ୍ୟ କେଉଁଠି ହଠାତ୍ ଅଗ୍ନିକାଣ୍ଡ କି ଅନ୍ୟ କୌଣସି ଦୃଘଟଣା ଘଟିଲେ କିଭଳି ଉଦ୍ଧାର କରି ହେବ ଏବଂ କେଉଁ କୈାଶଳ ବା ଉପାୟରେ ତାଙ୍କୁ ଚିକିତ୍ସା ନେବାକୁ ହୁଏ ତାହା ବୁଝାଇ କର୍ମଚାରୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଇଥିଲେ। ଅଗ୍ନିକାଣ୍ଡ କେତେ ପ୍ରକାରର , ଗୈରିକି ପାଣିରେକି ଗ୍ୟାସ ସିଲିଣ୍ଡର ପ୍ରଭୃତରେ ହଠାତ୍ ଅଗ୍ନିକାଣ୍ଡ ଘଟିଲେ ନିଜର ଉପସ୍ଥିତି କିଭଳି ଉପାୟ ଜାହିର କରି ଉଦ୍ଧାର କିଭଳି କରିପାରିବେ ସମସ୍ତ ବିଷୟରେ କହି କୈାଶଳ ପ୍ରଦର୍ଶନ କରିଥିଲେ। ଏହି କୋଶଳ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ସମେତ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ସମେତ ଟାଇକନ୍ ଶିକ୍ଷକ ନାଗେଶ୍ଵର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ସ୍କୁଲର ୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଏହି କୈଶଳ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here