ଶ୍ରୀ ଅରବିନ୍ଦ ଦିବ୍ୟଜ୍ୟୋତି ପାଠଚକ୍ର ର ପଞ୍ଚମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

0
254

ଗଞ୍ଜାମ, ୨୭/୦୧/୨୦୨୦(ଟୁକୁନା ପ୍ରଧାନ)- : ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ର ବେଲଝରି ଗ୍ରାମ ରେ ଶ୍ରୀ ଅରବିନ୍ଦ ଦିବ୍ୟଜ୍ୟୋତି ପାଠଚକ୍ର ର ପଞ୍ଚମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପୌରହିତ୍ୟ କରିଥିଲେ ମାତୃପ୍ରେମୀ ଶ୍ରୀ ଶିବରାମ ପଣ୍ଡା, ଶଶଧର ବେହେରା, ପଦ୍ମ ଚରଣ ପ୍ରଧାନ, ପ୍ରତାପ ଚନ୍ଦ୍ର ମହାପାତ୍ର, ଗୋବିନ୍ଦ ଜେନା, ପ୍ରଶାନ୍ତ ମୁଦୁଲି, ବିଭୂତି ଭାଇ ସମେତ ଅନ୍ୟାନ୍ୟ ଭାଇ ମାନେ । ଅତିଥିମାନେ ଆଦର୍ଶ ପିତାମାତା, ଆଦର୍ଶ ଶିଶୁ, ଶ୍ରୀମା ଅରବିନ୍ଦ ଙ୍କ ଜୀବନୀ, ଆଦର୍ଶ ଆଦି ବିଷୟରେ ଉପସ୍ଥିତ ଥିବା ଜନସାଧାରଣ ଏବଂ ଛାତଛାତ୍ରୀ ମାନଙ୍କୁ ଅତି ସହଜ ସରଳ ଭାବରେ ବୁଝାଇଥିଲେ । ଏଥିରେ ବେଲଝରି ଗ୍ରାମ ର ଗ୍ରାମବାସୀ, ଯୁବ ଗୋଷ୍ଠୀ, ଦିବ୍ୟଜ୍ୟୋତି ପାଠ ଚକ୍ର ର ସମସ୍ତ ସଦସ୍ୟ, ସଦସ୍ୟା ପ୍ରମୂଖ ଉପସ୍ଥିତ ରହିବା ସହିତ ସହଯୋଗ ମଧ୍ଯ କରିଥିଲେ ।

LEAVE A REPLY

Please enter your comment!
Please enter your name here