ବେଲଗୁଣ୍ଠା-୧୭/୦୨/୨୦୨୦(ଶିବରାମ ଚୌଧୁରୀ)-ବେଲଗୁଣ୍ଠା ୧୨ନଂ ୱାର୍ଡର ଭଗବତପାଟଣାରେ ରବିବାର ରାତ୍ରରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତିନି ପରିବାରର ସମ୍ପୂର୍ଣ୍ଣ ଘର ପୋଡି ସର୍ବସ୍ୱାନ୍ତ ହୋଇଯାଇଛନ୍ତି ।ବେଲଗୁଣ୍ଠା ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ ।ଶତ୍ରୁଘ୍ନ ନାଇକଙ୍କ ଦୁଇ ବଖରା, ନବଘନ ନାଇକଙ୍କ ଦୁଇ ବଖରା ଓ ତୋଫାନ ନାଇକଙ୍କ ଏକ ବଖରା ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି ।ସେମାନେ ପେଟପାଟଣା ପାଇଁ ଚାଙ୍ଗୁ,ଢୋଲ ବିଭିନ୍ନ କାର୍ଯ୍ୟକ୍ରମରେ ବଜାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ ।ଏହି ଘରପୋଡି ସେମାନଙ୍କୁ ସର୍ବସ୍ୱାନ୍ତ କରିଥିବା ଜଣାପଡ଼ିଛି ।ନିଜର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ହରାଇଥିବା ପ୍ରକାଶ କରିଛନ୍ତି ।ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ସେମାନଙ୍କୁ ସ୍କୁଲରେ ରହିବାର ବ୍ୟବସ୍ଥା କରିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ପ୍ରଥମ ପର୍ଯ୍ୟାୟରେ ଚାଉଳ,ଡାଲି ଓ ପନିପରିବା ସହ ତିନୋଟି ପାଲ ଯୋଗାଇଦେଇଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଛନ୍ତି ।