ଓଡ଼ିଶା ବାର୍ କାଉନସିଲ ସଦସ୍ୟଙ୍କ ପୋଲସରା ଗସ୍ତ

0
89

ପୋଲସରା, ୨୨/୦୪/୨୫ : ଓଡ଼ିଶା ବାର୍ କାଉନସିଲ ତରଫରୁ ପୋଲସରା ଓକିଲ ସଂଘକୁ ବାର୍ ମାନ୍ୟତା ପାଇବା ପାଇଁ ଆବଶ୍ୟକ ନୀତି ଓ ନିୟମକୁ ନେଇ ରାଜ୍ୟ ବାର୍ କାଉନସିଲ କର୍ମକର୍ତ୍ତା ପିତବାସ ପଣ୍ଡା ଓ ସଂଜୀବ କୁମାର ପାଣିଗ୍ରାହୀ ଉଭୟେ ପରିଦର୍ଶନ କରି ଯାଇଛନ୍ତି। ବର୍ତ୍ତମାନ ପୋଲସରା ଓକିଲ ସଂଘରେ ମୋଟ୍ ୫୫ ଜଣ ମେମ୍ବର ଅଛନ୍ତି। ଗତ ମାସରେ ଗଣତାନ୍ତ୍ରିକ ପଦ୍ଧତିରେ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ପୋଲସରା ଓକିଲ ସଂଘ ପକ୍ଷରୁ ସଂଘକୁ ବାରର ମାନ୍ୟତା ଦେବାପାଇଁ କିଛିଦିନ ପୂର୍ବେ ଓଡ଼ିଶା ବାର୍ କାଉନସିଲଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ସଂଘର ଅନୁରୋଧକୁ ଗୁରୁତ୍ଵଦେଇ ଉପରୋକ୍ତ ଦୁଇଜଣ ରାଜ୍ୟ ବାର୍ କାଉନସିଲ ସଦସ୍ୟ ପୋଲସରା ସଂଘ କାର୍ଯ୍ୟାଳୟକୁ ଆସି ବାର୍ ପଞ୍ଜିକରଣ ପାଇଁ ଟିକିନିଖି ଯାଞ୍ଚ ଓ ସମୀକ୍ଷା କରିଥିଲେ। ଏଥିସହିତ
ବେଲଗାଁଠାରେ ନିର୍ମାଣ ଚାଲିଥିବା କୋର୍ଟ କୋଠାକୁ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ରାଜ୍ୟ କର୍ମକର୍ତ୍ତାଙ୍କ ପରିଦର୍ଶନ ପରେ ପୋଲସରା ଓକିଲ ସଂଘକୁ ବାରର ମାନ୍ୟତା ମିଳିବ ବୋଲି ସଂଘ ତରଫରୁ ଆଶା କରାଯାଇଛି। ସଂଘ ତରଫରୁ ଦୁଇ କର୍ମକର୍ତ୍ତାଙ୍କୁ ସ୍ଵାଗତ ଏଵଂ ପୁଷ୍ପଗୁଚ୍ଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ସଂଘର ସଭାପତି କବିରାଜ ଦାସ, ସାଧାରଣ ସମ୍ପାଦକ ବ୍ରଜେନ୍ଦ୍ର ସାହୁ, ଉପସଭାପତି ଅକ୍ଷୟ କୁମାର ଦାସ, ସହ ସମ୍ପାଦକ ବିଜୟ କୁମାର ଶାସମଲ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ବିଷୋୟୀ, ସରକାରୀ ଓକିଲ ରତ୍ନାକର ମହାନ୍ତି ପ୍ରମୁଖଙ୍କ ସମେତ ସଂଘର ସମସ୍ତ ମେମ୍ବର ବୃନ୍ଦ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here