ପଦ୍ମପୁର,୨୨/୦୨/୨୦୨୦:ବରଗଡ ଜିଲ୍ଲା ର ପଦ୍ମପୁର ସବଡିଭିଜନର ପ୍ରସିଦ୍ଧ ଶୈବପୀଠ ତଥା ବୋଡାସମ୍ବର ଅଞ୍ଚଳର ଦ୍ୱିତୀୟ ପର୍ଯ୍ୟଟନ ସ୍ଥଳୀ ଦେବହର୍ହା ଠାରେ ମହାଶିବରାତ୍ରୀ ମହା ସମାରୋହରେ ପାଳିତ ହୋଇ ଯାଇଛି । ଝାଞ୍ଜ ପାହାଡ ଦେଇ କୁଳୁକୁଳୁ ନାଦରେ ବହିଯାଉଥିବା ସୁରଙ୍ଗୀ ନଇ ତଟରେ ବିରାଜମାନ ବାବା ଧବଳେଶ୍ୱର ପଂଚ ବିଶିଖ । ଆଜି ପ୍ରତ୍ୟୁଷ ରୁ ଧୂପଦୀପ ନୈବେଦ୍ୟ ସହ ଧବଳେଶ୍ୱର ବାବାଙ୍କ ପୂଜା ଅର୍ଚ୍ଚନା ସମେତ ଦେବଦର୍ହା ମନ୍ଦିର ପୂଜାକମିଟୀ ର ପୃଷ୍ଠ ପୋଷକତା ରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଚାଲିଛିା ଓଡିଶା ଓ ସୀମାନ୍ତ ଛତିଶଗଡ ରାଜ୍ୟ ର ହଜାର ସଂଖ୍ୟା ଶ୍ରଦ୍ଧାଳୁ ଭକ୍ତ ପବିତ୍ର ସୁରଙ୍ଗୀ ନିଇରେ ବୁଡ ପକାଇ ବାବାଙ୍କୁ ଦର୍ଶନ ଲାଭ କରିଥିଲେ । ମୀନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନବଜାର ରେ ସଂପୂର୍ଣ୍ଣ ସ୍ଥଳଭାଗ ରେ ଷ୍ଟଲ ସହ ଜଗଦଲପୁର ପୋଲିସର ଶାନ୍ତିଶୃଙ୍ଖଳା ବଜାୟ ରହିଛିା ଏଥିସହ ଭକ୍ତ ଙ୍କ ପାଇଁ ମହାପ୍ରସାଦ ଓ ଅନ୍ନଛତ୍ର ଦିବାରାତ୍ର ସଂପୂର୍ଣ୍ଣ ମୁକ୍ତ ରେ ଦିଆଚାଲିଛି । ଏଭଳି ସୁନ୍ଦର ମୂହୁର୍ତ୍ତ ପ୍ରବେଶ ଦ୍ୱାରର ଭୂମିପୂଜନ ଉତ୍ସବ
ସଂପ୍ରତି ପବିତ୍ର ଶିବରାତ୍ରୀ ତିଥି ରେ ଲଖମରା ଗ୍ରାମ ରୁ ଅଙ୍ଗ ନଦୀ ପାର ହୋଇ ଗଲାବେଳେ ଅଙ୍ଗନିଈ ତଟଦେଇ ଦେବଦର୍ହା କୁ ଯାଇଥିବା ରାସ୍ତା ଛକରେ ଦେବଦର୍ହା କୁ ସଂଯୋଗ କରୁଥିବା ରାସ୍ତା ରେ ଏକ ପ୍ରସ୍ତାବିତ ପ୍ରବେଶ ଦ୍ୱାର ର ଭୂମିପୂଜନ ସାଧୁ ବନବାସୀ ଦାଶ,ସାଧୁ ରାମାନନ୍ଦ ଦାଶ,ସାଧୁ ବଳରାମ ଦାଶ ଙ୍କ ପୌରହିତ୍ୟ ରେ ବିଶ୍ୱଶାନ୍ତି ହୋମଯଜ୍ଞ ପରେ ସାମୁହିକ ଭାବରେ ଅଂଚଳବାସୀ ଭୂମିପୂଜନ କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା ।
ରିପୋର୍ଟ: କୁଞ୍ଜ ବିହାରି ସାହୁ