କନ୍ଧମାଳ ,୨୪/୦୨/୨୦୨୦ କ. ନୂଆଗାଁ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ଏଥିରେ ମୋଟ ୭୦ ରୁ ଅଧିକ ଅଭିଯୋଗ ଶୁଣାଣି ହୋଇଥିଲା ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବହୁତ ଲୋକ ଆବେଦନ କରିଥିବା ସହ ଖାଉଟି କାର୍ଡ ଓ ବାର୍ଦ୍ଧକ୍ୟ ଭତା ଉପରେ ମଧ୍ୟ ଶୁଣାଣି ହେଲା ଏହା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ କରାଯାଇଛି ଶୁଣାଣିରେ କନ୍ଧମାଳ ଜିଲ୍ଲାପାଳ ଡୀ ବୃନ୍ଦା, କନ୍ଧମାଳ ଆରକ୍ଷ ଅଧିକାରୀ ପ୍ରତୀକ ସିଂ,ପ୍ରକଳ୍ପ ନିର୍ଦେଶକ ବିଶ୍ୱନାଥ ବାରିକ, ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତ, କ ନୂଆଗାଁ ବିଡ଼ିଓ ମନୋଜ କୁମାର ତ୍ରିପାଠୀ ଉପସ୍ଥିତ ରହିବା ସହ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ, ରାସ୍ତା କୋଠା ବାଡ଼ି ଯନ୍ତ୍ରୀ, ଅନ୍ୟ ବିଭାଗର ଅଧକାରୀ ଉପସ୍ଥିତ ଥିଲେ ।
ରିପୋର୍ଟ: ସୁରେଶ କୁମାର ପଣ୍ଡା