ପଦ୍ମପୁର,୧୧/୦୩/୨୦୨୦: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ପକ୍ଷରୁ ବରଗତ ନୂଆପଡ଼ା ରାଜ୍ୟ ରାଜପଥର ଛଅ ଗୋଟି ସ୍ଥାନ ଯଥା ଦୁବୁଲାବାହାଲ,ଦହିତା ,ଲଖମରା ,ମାଝିପାଲି,ମିଠାପାଲି ଓ ଝାରବନ୍ଧ ଠାରେ ରାସ୍ତାରୋକ କରିଛନ୍ତି ରାସ୍ତା ଅବରୋଧ କରିଛନ୍ତି । ଏହି ରାସ୍ତା ଅବରୋଧ ଜରୁରୀ କାଳିନ ସେବାକୁ ବାଦ ଦେଇ ସମସ୍ତ ଯାନବାହନ ଚଳାଚଳ ବନ୍ଦ କରାଯାଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଯାନବାହାନ ଅଟକି ରହିଛି । ସେମାନେ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟରୁ ରାସ୍ଥା ଅବରୋଧ କରିଥିଲେ । ଓଡିଶା ସରକାର ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କ ଦରମା ପର୍ଯ୍ୟାୟକ୍ରମେ ବୃଦ୍ଧି କରୁଛନ୍ତି ହେଲେ ସିଜିନାଲ କେନ୍ଦୁପତ୍ର କର୍ମଚାରୀଙ୍କ ଦରମା ବଢ଼ାଉନାହାନ୍ତି । ସରକାରଙ୍କ ଚୁକ୍ତି ଅନୁସାରେ ଚପରାଶି ମାନଙ୍କ ୪୦ ପ୍ରତିଶତ ,ମୁନଶି ମାନଙ୍କ ୪୫ ପ୍ରତିଶତ ଏବଂ କର ଓ ହେଡକର ମାନଙ୍କ ୫୫ ପ୍ରତିଶତ ଦରମା ବଟାଇବା ପରିବର୍ତ୍ତେ ସରକାର ଡେକର ମାନଙ୍କ ଦରମା ୮୪ ଟଙ୍କା ଓ ସର୍କଲ କର ମାନଙ୍କ ୭୪ ଟଙ୍କା ଦରମା କାଟି ଦେଉଚନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ବୋନସ ୧୦୦ ପ୍ରତିଶତ ଦେବା ବଦଳରେ ତାକୁ ୫୦ ପ୍ରତିଶତ କରିଛନ୍ତି । ତେଣୁ ଏହାର ପ୍ରତିବାଦରେ ପଦ୍ମପୁର ଡିଭିଜନର ବିଭିନ୍ନ ରେଞ୍ଜ ର ସିଜିନାଲ କର୍ମଚାରୀ ମାନେ ମେ ମାସ ୨ ତାରିଖ ଦିନ ପଦପୁର ଭିଜନ ଅଫିସ ସମ୍ମୁଖରେ ଧାରଣା ଦେଲେ ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ସେମାନେ ତାଙ୍କ ଦାବୀ ପୁରଣ ନେଇ ରାଜ ରାସ୍ଥାକୁ ଓହ୍ଲାଇ ବରଗଡ ନୁଆପଡ଼ା ରାଜ୍ୟ ରାଜପଥର ବିଭିନ ସ୍ଥାନ ରେ ବନ୍ଦ କରିଥିଲେ । ଏହି ରାସ୍ତାରୋକରେ ପଦ୍ମପୁର ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କେନ୍ଦୁପ ତ୍ର କର୍ମଚାରୀ ସଙ୍ଘର ରାଜ୍ୟ ସମ୍ପାଦକ କୋକିଳ ସାହୁ, ସେବକ ମେହେର, ଶ୍ରୀକାନ୍ତ ମିଶ୍ର ତଥା ବିଭିନ୍ନ ରେଂଜର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : କୁଞ୍ଜ ବିହାରି ସାହୁ