ଆବଶ୍ୟକ ଭିତ୍ତିଭୂମି ଅଭାବରୁ ରାଜ୍ୟର ୧୧ ହଜାର ୫୧୭ଟି ସ୍କୁଲର ମିଶ୍ରଣ ହେବ

0
627

ଭୂବନେଶ୍ୱର,୧୩/୦୩/୨୦୨୦(ବ୍ୟୁରୋ ରିପୋର୍ଟ)ଆବଶ୍ୟକ ସଂଖ୍ୟକ ପିଲା ଓ ଭିତ୍ତିଭୂମି ଅଭାବରୁ ରାଜ୍ୟର ୧୧ ହଜାର ୫୧୭ଟି ସ୍କୁଲର ମିଶ୍ରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି।ସେହିପରି ୨୦ କିମ୍ବା ତା’ଠାରୁ କମ୍‌ ଛାତ୍ରଛାତ୍ରୀ ଥିବା ୬ ହଜାର ୩୪୦ଟି ବିଦ୍ୟାଳୟ, ୪୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ୫ ହଜାର ୧୭୭ଟି ପ୍ରାଇମେରୀ ସ୍କୁଲ ବନ୍ଦ ହେବ।ବିଦ୍ୟାଳୟ ମଧ୍ୟରେ ଦୂରତା ଅଧିକ ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ପରିବହନ ବାବଦରେ ଅର୍ଥ ଦିଆଯିବାର ବ୍ୟବସ୍ଥା ମଧ୍ୟ ହେବ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here