*ଗଞ୍ଜାମ ଜିଲ୍ଲାପାଳଙ୍କ ଅଚାନକ ବେଲଗୁଣ୍ଠା ଗସ୍ତ ।* *ଡଷ୍ଟବିନ୍ ବ୍ୟବହାର ନ କରିବାରୁ ୩ ଜଣଙ୍କ ଠାରୁ ୧୫୦୦୦ ଜୋରିମାନା ଆଦାୟ ।*

0
493

ବେଲଗୁଣ୍ଠା,୧୩/୦୩/୨୦୨୦: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗତକାଲି ଅପରାହ୍ନ ୪ ଟା ସମୟରେ ହଠାତ୍ ବେଲଗୁଣ୍ଠା ସହର ଗସ୍ତରେ ଆସି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ପହଞ୍ଚିଥିଲେ ।ପରିଷଦର ବୈଠକ ଗୃହରେ ନିର୍ବାହୀ ଅଧିକାରୀ ସୁନୀଲ୍ କୁମାର ତ୍ରିପାଠୀ, ସମସ୍ତ କର୍ମଚାରୀ,ସଫେଇ ଦିଦି ଓ ଭାଇ, ସ୍ୱଚ୍ଛ ସାଥି ମାନଙ୍କ ସହ ବେଲଗୁଣ୍ଠା ସହର ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ସଫେଇ କର୍ମଚାରୀ ମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ମଧ୍ୟ ପଚାରି ବୁଝିଥିଲେ ।ସଫେଇ କର୍ମଚାରୀ ମାନଙ୍କୁ ରାତିରେ ସହର ସଫା କରିବା ସହ ନଳା ଗୁଡିକ ମଧ୍ୟ ସଫାକରିବା ପାଇଁ ପରାମର୍ଶ ଦେଇଥିଲେ ।ପରେ ବେଲଗୁଣ୍ଠା ବଜାର ପରିଦର୍ଶନ କରି ଦୋକାନୀ ମାନେ ନିଜେ ନିଜ ନିଜ ଦୋକାନ ସମ୍ମୁଖରେ ଡଷ୍ଟବିନ୍ ରଖି ବ୍ୟବହାର କରିବା ,ଅଳିଆ ଆବର୍ଜନା କୁ ପରିଷଦର ଗାଡ଼ିରେ ଦେବା,ନିଜ ଦୋକାନର ଚାରିପଟେ ୫ ମିଟର ପର୍ଯ୍ୟନ୍ତ ସଫାସୁତୁରା ରଖିବା,ଡ୍ରେନ୍ ଉଫରୁ ଅବରୋଧ ହଟାଇବା, ପଲିଥିନ ବ୍ୟବହାର ନ କରିବା ନେଇ ପରାମର୍ଶ ଦେଇଥିଲେ ।ଏବଂ ସହରର ତିନୋଟି ଦୋକାନରେ ଚଢ଼ାଉ କରି ପଲିଥିନ ଜରି ଜବତ କରିବା ସହ ଡଷ୍ଟବିନ୍ ନ ରଖିବା ନେଇ ୫ ହଜାର ଲେଖାଏଁ ୧୫୦୦୦ଟଙ୍କା ଜୋରିମନା ଲଗାଇଥିଲେ ।ଆଗାମୀ ଦିନରେ ପରିଷଦ ତରଫରୁ ଏଭଳି ଚଢ଼ାଉ ଜାରି ରଖିବା ସହ ପଲିଥିନ ବ୍ୟବହାର କଲେ ଏବଂ ନିଜ ଦୋକାନର ଚାରିପାଖ ସଫାସୁତୁରା ନ ରଖିଲେ। ଆହୁରି ଜୋରିମନା ଆଦାୟ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here