ଭଞ୍ଜନଗର,୧୮/୦୩/୨୦୨୦:-ଗଞାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ ଦ୍ବାରା ଗଞ୍ଜେଇ ବ୍ୟବସାୟୀ ରାଜେନ୍ଦ୍ର ବେହେରାକୁ ଗିରଫ କରିଥିବା ବେଳେ ରାଜେନ୍ଦ୍ର ଧରିଥିବ ୫,’୩୯୦କିଗ୍ରା ଗଞ୍ଜେଇ ଜବତ କରି କୋର୍ଟ ଚାଲଣ କରାଯାଇଥିବା ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ପାର୍ଥସାରଥୀ ରାଉତ ସୁଚନା ଦେଇଛନ୍ତି । ଗଞ୍ଜେଇ ବ୍ୟବସାୟୀ ରାଜେନ୍ଦ୍ର ଗଞ୍ଜେଇ ବ୍ୟାଗ୍ ଧରି ଭପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମୁଖରେ ଭୁବନେଶ୍ବର ଯିବା ପାଇଁ ବସ କୁ ଜଗି ରହିଥିବା ବେଳେ କୈଣସି ସୁତ୍ରରୁ ଅବକାରୀ ଅଧିକାରୀ ଶ୍ରୀ ରାଉତ ଖବର ପାଇ ଘଟଣାସ୍ଥଳରେ ପହଞ୍ଚ ରାଜେନ୍ଦ୍ରକୁ ଗିରଫ କରିଛି ।ଚଢାଉରେ ଶିବ ଶଙ୍କର ଜେନା,ସନାତନ ନାହାକ,ଏନ,ତ୍ରିପତି ରାଓ ଓ ଜଗନ୍ନାଥ ମହାପାତ୍ର ଭାଗ ନେଇ ଥିଲେ ।
ରିପୋର୍ଟ: ରବିନ୍ଦ୍ର ପ୍ରଧାନ