ଉପକୂଳବର୍ତ୍ତୀ ଅଞ୍ଚଳରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଆୟୁଷ ଡାକ୍ତର : ଆତଙ୍କିତ ନହେବାକୁ ଘର ଘର ବୁଲି ଦେଉଛନ୍ତି ପରାମର୍ଶ

0
319

ଚିକିଟି , ୨୦/୦୩/୨୦୨୦(ବ୍ୟୁରୋ ରିପୋର୍ଟ) ଲୋକଙ୍କ ମନରେ ସୃଷ୍ଟି ହୋଇଥିବା କରୋନା ଆତଙ୍କ ଦୂର କରିବାକୁ ଗଞ୍ଜାମ ଜିଲ୍ଲା ଚିକିଟିବ୍ଲକ ଉପକୂଳବର୍ତ୍ତୀ ଅନୁନ୍ନତ ଅଞ୍ଚଳରେ ଅଣ୍ଟା ଭିଡିଛନ୍ତି ଆୟୁଷ ଡାକ୍ତର ଦେବୀପ୍ରସାଦ ଦାଶ ।ଏକ ମାତ୍ର ଡାକ୍ତର ହୋଇଥିବା ଯୋଗୁଁ ରୋଗୀଙ୍କୁ ଚିକିତ୍ସା କରିବା ସହ ଚିକିଟିବ୍ଲକର ପାରାପେଣ୍ଠ ଠାରୁ କୃପାନିଧିପେଣ୍ଠ, ଝାଟିପଦର ପଞ୍ଚାୟତର ଖୁଣ୍ଟପଲ୍ଲୀ ଠାରୁ ବାଦପୁର ପର୍ଯ୍ୟନ୍ତ ଆଖ୍ୟାତପଲ୍ଲୀ ସମେତ ସୋରଳ, ସୁନାପୁର, କତୁରୁ ଆଦି ହରିଜନ ଗାଁରେ ଘରକୁ ଘର ବୁଲି ସଚେତନତା କରିଛନ୍ତି ଡାକ୍ତର ଦାଶ । ଲୋକଙ୍କୁ କରୋନା ସମ୍ପର୍କରେ ବୁଝାଇବା ସହିତ କିପରି ଭାବେ ଏହି ଭାଇରସ୍ ଦୂରେଇ ରହି ହେବ ସେ ନେଇ ସଚେତନ କରିଛି ଏହି ଟିମ୍ । ଐତିହାସିକ ସୋରଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ହର୍ତ୍ତାକର୍ତ୍ତା ଆୟୁଷ ଡାକ୍ତର ଦେବୀପ୍ରସାଦ ଦାଶ ନେତୃତ୍ୱରେ ଅଙ୍ଗନବାଡି,ଆଶା,ଏ ଏନଏମ,ପାରା-ମେଡିକାଲ ଟିମ,ଜୀଵିକା ମିଶନ, ଶକ୍ତିମିଶନ ଦ୍ୱାରା ସଚେତନତାଟିମ ଗଠନ ପରେ ଗାଁରେ ବୁଲି ସଚେତନତା କରାଯାଇଛି । କରୋନାକୁ ନେଇ ଆତଙ୍କିତ ନ ହୋଇ ସଚେତନତା ଓ ସତର୍କ ରହିବାକୁ ଲୋକଙ୍କୁ ବୁଝାଇଛନ୍ତି ସଚେତନତା ଦଳ ।

LEAVE A REPLY

Please enter your comment!
Please enter your name here